Categories: ଜାତୀୟ

ଘରୋଇ ସ୍କୁଲ୍‌କୁ ଦେବାକୁ ପଡ଼ିବ ଫି-ଖର୍ଚ୍ଚର ହିସାବ…

ଲକ୍ଷ୍ନୌ,୧୫।୭: ଏଣିକି ଉତ୍ତରପ୍ରଦେଶର ସମସ୍ତ ଘରୋଇ ସ୍କୁଲ୍‌କୁ ଫି ଏବଂ ଖର୍ଚ୍ଚର ହିସାବ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନ୍ତର୍ଗତ ଦେବାକୁ ପଡ଼ିବ। ଏନେଇ ରାଜ୍ୟ ସୂଚନା ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଘରୋଇ ସ୍କୁଲ୍‌ ଗୁଡ଼ିକୁ ଆର୍‌ଟିଆଇ ପରିସରଭୁକ୍ତ କରାଯାଇଛି। ରାଜ୍ୟ ସୂଚନା ଆୟୁକ୍ତ ପ୍ରମୋଦ କୁମାର ତିଓ୍ବାରୀ ଏନେଇ ଘରୋଇ ସ୍କୁଲ ଗୁଡ଼ିକୁ ନିଜ ନିଜର ଜନ ସୂଚନା ଅଧିକାରୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ସଞ୍ଜୟ କୁମାର ଶର୍ମାଙ୍କ ପକ୍ଷରୁ ରାଜ୍ୟର ୨ଟି ଘରୋଇ ସ୍କୁଲ ବିରୋଧରେ ସୂଚନା ପ୍ରଦାନକୁ ନେଇ ଏକ ମାମଲା ରୁଜୁ କରିଥିଲେ। ଏହାପରେ ରାଜ୍ୟ ସୂଚନା ଆୟୁକ୍ତ ୨୦୦୫ ଆର୍‌ଟିଆଇ ଅନ୍ତର୍ଗତ ସମସ୍ତ ଘରୋଇ ସ୍କୁଲ୍‌ରେ ଜନ ସୂଚନା ଅଧିକାରୀ ନିଯୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

Share