ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ

ଭୁବନେଶ୍ୱର,୮।୧୦: ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ ରମେଶ ଚରଣ ଜେନାଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ରମେଶଙ୍କ ଭୁବନେଶ୍ୱର ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି।

ରମେଶଙ୍କ ଭୁବନେଶ୍ୱର କଳିଙ୍ଗନଗରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ଗୋଠପାଟଣା ଥିବା ୩ମହଲା ବିଶିଷ୍ଟ କୋଠା, ପୁରୀ ଖୁଣ୍ଟିଆ ବାଣପୁରରେ ଥିବା ପୈତୃକ ଘର, ୟୁନିଟ ୨ରେ ଥିବା ସରକାରୀ କ୍ୱାର୍ଟର୍ସ, ଖୋର୍ଦ୍ଧା ଟାଙ୍ଗିରେ ଥିବା ସମ୍ପର୍କୀୟ ଘର ଓ ଅଫିସ ଚାମ୍ବରର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚାଉରେ ୮ ଜଣ ଡିଏସିପି, ୩ଜଣ ଇନ୍ସପେକ୍ଟର,୧୦ ଜଣ ଏଏସଆଇ ସମେତ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି ।