ନୂଆଦିଲ୍ଲୀ,୮।୨ : ସଂସଦର ଉଭୟ ଗୃହରେ ଆଦାନୀ-ହିଣ୍ଡନବର୍ଗ ପ୍ରସଙ୍ଗରେ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି। ଭାଜପା ଏମ୍ପି ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ ର୍ବିଲାଙ୍କୁ ଏକ ଚିଠି ଲେଖିଛନ୍ତି। କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷ ଅଧିକାର ହନନ ନୋଟିସ ଅଧାରରେ କାର୍ଯ୍ୟାନୁଷ୍ଠାନ ଲାଗି ସେ ଦାବି କରିଛନ୍ତି। ଗୃହକୁ ଅବମାନନା କରିଥିବାରୁ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଭାଜପା ଏମ୍ପି କହିଛନ୍ତି।
ସେ କହିଛନ୍ତି ଯେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରିଛନ୍ତି। ସେ କୌଣସି ତଥ୍ୟ ମଧ୍ୟ ଉପସ୍ଥାପନ କରିନାହାଁନ୍ତି। ଏହି ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି।