ପୁଣି ଭାଇରାଲ ହେଲା ପ୍ରିୟା ପ୍ରକାଶଙ୍କ ଭିଡିଓ

ମୁମ୍ବାଇ: ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଆଖିର ଇଶାରା ଭିଡିଓ ସୋସିଆଲ ମିଡିଆରେ ଏକଦା ବେଶ୍‌ ଭାଇରାଲ ହୋଇଥିଲା। ତାଙ୍କର ଏହି ଇସାରା ପାଇଁ ସେ ଯୁବବର୍ଗଙ୍କ ହୃଦୟ ଜିଣି ନେଇଥିଲେ। ଏବେ ପ୍ରିୟାଙ୍କର ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଥ୍ରୋ-ବ୍ୟାକ୍‌ ଭିଡିଓରେ ପୁଣି ଥରେ ତାଙ୍କର ଏହି ସିନ୍‌କୁ ସେ ଦୋହରାଇଛନ୍ତି। ଯେଉଁ ଆଖିମରା ପାଇଁ ସେ ଲୋକପ୍ରିୟତା ହାସଲ କରିଥିଲେ। ଏହି ଦୃଶ୍ୟ ଏବେ ଏକ ରିୟାଲିଟି ଶୋ’ରେ ଦେଖିବାକୁ ମିଳିଛି।
ଭିଡିଓଟିକୁ ୟ୍ୟୁଟ୍ୟୁବ୍‌ ଚ୍ୟାନେଲରେ ପୋଷ୍ଟ କରାଯାଇଛି। ଏଥିରେ ପ୍ରିୟା ନିଜର ଫିଲ୍ମ ପ୍ରମୋଶନ ପାଇଁ ଏକ ଶୋ’ରେ ପହଞ୍ଚିଛନ୍ତି। ପ୍ରିୟାଙ୍କ ଏହି ଥ୍ରୋବ୍ୟାକ୍‌ ଭିଡିଓକୁ ଦେଖି ପ୍ରଶଂସକମାନେ ବେଶ୍‌ ପ୍ରତିକ୍ରିୟା ଦେଇଛନ୍ତି। ‘ରାଧା କୈସେ ନା ଜଲେ’ ଏକ ଗୀତରେ ପ୍ରିୟା ଏହି ଇସାରା ଦେଇଛନ୍ତି। ଭିଡିଓଟିକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ପ୍ରିୟା ଖୁବ୍‌ ଶୀଘ୍ର ‘ଶ୍ରୀଦେବୀ ବଙ୍ଗଲେ’ ଏବଂ ‘ଲଭ୍‌ ହ୍ୟାର୍କ୍‌ସ’ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

Share