ପରଲୋକରେ ପୂର୍ବତନ ଓଡ଼ିଆ ଆଇଏଏସ୍‌ ଅଫିସର ପ୍ରିୟବ୍ରତ ପଟ୍ଟନାୟକ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରିୟବ୍ରତ ପଟ୍ଟନାୟକଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଛି। ଲିଭର୍‌ କ୍ୟାନ୍‌ସରରେ ପୀଡ଼ିତ ହୋଇ ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ତାଙ୍କ ସମ୍ପର୍କୀୟ ଭାଇ ସୂଚନା ଦେଇଛନ୍ତି। ତେବେ ତାଙ୍କ ମରଶରୀର ଓଡ଼ିଶା ଆଣିବାକୁ ପ୍ରଚେଷ୍ଟା ଚାଲିଛି। ସେ ୧୯୭୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ଥିଲେ।

Share