ସକାଳେ ଛାଡିଥିଲେ ବିଜେଡି, ଏବେ ଭାଜପାରେ ସାମିଲ

ଭୁବନେଶ୍ୱର,୩୦।୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବରେ ଭାଜପାରେ ଯୋଗ ଦେଇଛନ୍ତି। ଏହି ସମୟରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ଭାଜପା ନେତ୍ରୀ ଅପରାଜିତା ଷଢଙ୍ଗୀ ଉପସ୍ଥିତ ଥିଲେ। କିଛି ସମୟ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।

Share