Categories: ଜାତୀୟ

ଭଗତ ସିଂଙ୍କ ବଦଳରେ ଚନ୍ଦ୍ରଶେଖର ଆଜାଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପ୍ରିୟଙ୍କା ହେଲେ ଟ୍ରୋଲ୍‌

ନୂଆଦିଲ୍ଲୀ, ୨୮।୯: କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ସଂଗ୍ରାମୀ ଶହୀଦ୍‌ ଭଗତ ସିଂଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ଦେଇ ସୋସିଆଲ୍‌ ମିଡ଼ିଆରେ ଟ୍ରୋଲ୍‌ ହେବାରେ ଲାଗିଛନ୍ତି। ଭୁଲ୍‌ରେ ସେ ଭଗତ ସିଂଙ୍କ ବଦଳରେ ଚନ୍ଦ୍ରଶେଖର ଆଜାଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଭୁଲ୍‌ ଜଣାପଡ଼ିବା ପରେ ପ୍ରିୟଙ୍କା ଏହି ପୋଷ୍ଟକୁ ଟୁଇଟରରୁ ହଟାଇ ଦେଇଛନ୍ତି। ପ୍ରିୟଙ୍କାଙ୍କ ପୋଷ୍ଟକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମିଡ଼ିଆ ପରାମର୍ଶଦାତା ମୃତ୍ୟୁଞ୍ଜୟ କୁମାର କହିଛନ୍ତି ଯେ, କିଛି ଲୋକ ଭଗତ ସିଂ ଏବଂ ଚନ୍ଦ୍ରଶେଖର ଆଜାଦ୍‌ଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଜାଣି ପାରୁ ନାହାଁନ୍ତି। ତେବେ ଏନେଇ ପ୍ରିୟଙ୍କା ଟୁଇଟ୍‌ କରି କହିଛନ୍ତି ଯେ, ଏଭଳି ଅନେକ ଭୁଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟ୍‌ରେ ରହିଛି। ଏହା ସହିତ ସେ ମୃତ୍ୟୁଞ୍ଜୟଙ୍କୁ ପାଲଟା ଜବାବ ଦେଇ ହିନ୍ଦୀ ଭାଷା ସୁଧାରିବା ନେଇ ପରାମର୍ଶ ଦେଇଛନ୍ତି।

Share