ଭ୍ୟାକେଶନରେ ପିସି

ମୁମ୍ବାଇ: ପାୱାର କପୁଲ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ ନିଜ ବିଜି ସିଡ୍ୟୁଲରୁ ସମୟ ବାହାର କରି ନିଜ ଝିଅ ସହ ଟାଇମ ସ୍ପେଣ୍ଡ କରିବାକୁ ପସନ୍ଦ କରିନ୍ତ । ଫ୍ୟାମିଲି ଆଉଟିଂରୁ ଡିନର ଡେଟ ପର୍ଯ୍ୟନ୍ତ କପଲ ନୂଆ ମାତାପିତା ଭାବେ ସବୁଠାରୁ ବେଷ୍ଟ କାମ କରୁଛନ୍ତି । ବଲିଉଡ ଦିଭା ଯିଏ ଏବେ ଗ୍ଲୋବାଲ ସୁପରଷ୍ଟାର ହୋଇଯାଇଛନ୍ତି ସେ ସୋସିଆଲ ମିଡିଆରେ ଲଗାତାର ତାଙ୍କ ପର୍ସନାଲ ଓ ପ୍ରଫେସନାଲ ଲାଇଫ ସହ ଜଡିତ ଅପଡେଟ୍ସ ଶେୟାର କରିଥାଆନ୍ତି । ନିକଟରେ ଅଭିନେତ୍ରୀ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଶେୟାର କରିଛନ୍ତି । ଯେଉଁଥିରେ ପିସି ତାଙ୍କ ଝିଅ ମାଳତିଙ୍କ ସହ ନଜର ଆସିଛନ୍ତି ।
ପ୍ରିୟଙ୍କା ଝିଅ ମାଳତି ସହ ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଖୁବ ସୁନ୍ଦର ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋ ଶେୟାର କରି ସେ ଲେଖିଛନ୍ତି’ ଅଫ୍ ଉଇ ଗୋ…’ । ଆକ୍ଟ୍ରେସଙ୍କ ଫଟୋ ଦେଖି ଲାଗୁଛି ସେ ତାଙ୍କ ଝିଅ ସହ ଭ୍ୟାକେଶନ ମନାଇବାକୁ କେଉଁଠିକୁ ଯାଉଛନ୍ତି । ଫଟୋରେ ପିସି ସମ୍ପୂର୍ଣ୍ଣ ବ୍ଲାକ କଲର ଡ୍ରେସରେ ନଜର ଆସିଥିବା ବେଳେ ଝିଅ ମାଳତିକୁ ଧରି ରଖିଛନ୍ତି ।

Share