ସ୍ବାମୀଙ୍କ ନାମରେ ମିଛ କହି ଧରାପଡ଼ିଲେ ପ୍ରିୟଙ୍କା

ମୁମ୍ବାଇ: ମୋଷ୍ଟ ପପୁଲାର ଅଭିନେତ୍ରୀ ଭାବେ ପ୍ରିୟଙ୍କା ଚୋପ୍ରା ଅନ୍ୟତମ। ସେ ବଲିଉଡ୍‌ ପରେ ଏବେ ହଲିଉଡ୍‌ରେ କାମ କରୁଛନ୍ତି। ସେ ଏବେ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ ଫିଲ୍ମ ‘ଲଭ୍‌ ଏଗେନ୍‌’ରେ ନଜରକୁ ଆସିଥିଲେ। ନିକ୍‌ ଜଣେ ଅଦ୍ଭୁତ ଅଭିନେତା ବୋଲି ମିଛ କହି ଲାଏ ଡିଟେକ୍ଟରରେ ସେ ଧରାପଡିଛନ୍ତି। ପ୍ରିୟଙ୍କା ନିକଟରେ ଏକ ସାକ୍ଷାତ୍‌କାର ଦେଉଥିଲେ। ସେଥିରେ ତାଙ୍କୁ ତାଙ୍କ ସ୍ବାମୀ କେମିତି ଅଭିନେତା ବୋଲି ପଚରା ଯାଇଥିଲା। ନିକ୍‌ ଜଣେ ଅଦ୍ଭୁତ ଅଭିନେତା ବୋଲି ପ୍ରିୟଙ୍କା କହିଥିଲେ। କିନ୍ତୁ ସେ ଏପରି କହି ଲାଏ ଡିଟେକ୍ଟର ମେଶିନ ଜରିଆରେ ଧରାପଡିଥିଲେ। ତେବେ ନିକ୍‌ ଏବଂ ପ୍ରିୟଙ୍କା ୨୦୧୮ରେ ସ୍ବାମୀ-ସ୍ତ୍ରୀ ହୋଇଥିଲେ। ସେମାନଙ୍କର ଏକ ଝିଅ ରହିଛି। ପ୍ରିୟଙ୍କା ବର୍ତ୍ତମାନ ଭଉଣୀ ପରିଣୀତି ଚୋପ୍ରାଙ୍କ ଏନ୍‌ଗେଜମେଣ୍ଟରେ ଯୋଗ ଦେବାକୁ ଆସି ଭାରତରେ ଅଛନ୍ତି। ଆଗକୁ ପ୍ରିୟଙ୍କାଙ୍କ ଏକ ଇଂଲିଶ ଫିଲ୍ମ ‘ହେଡ୍‌ସ ଅଫ୍‌ ଷ୍ଟେଟ’ ଆସିବାକୁ ଯାଉଛି।

Share