ନିକ୍‌ଙ୍କ ଜନ୍ମଦିନ ଏମିତି ପାଳନ କଲେ ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ଗାୟକ ନିକ୍‌ ଜୋନାସ ୧୬ ସେପ୍ଟେମ୍ବର ଅର୍ଥାତ୍‌ ଆଜି ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସବୁବେଳେ ମଜା କରୁଥିବା ନିକ୍‌ ତାଙ୍କ ଜନ୍ମଦିନକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଜନ୍ମଦିନ ପାଳନ ପାଇଁ ସେ ପ୍ରିୟଙ୍କା ଏବଂ ଝିଅ ସହ ତାଙ୍କ ବ୍ୟକ୍ତିଗତ ଜେଟ୍‌ରେ ଉଡ଼ିଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଏହାର ଝଲକ ଦେଇଛନ୍ତି। ଭିଡିଓରେ କ୍ୟାପଶନ ଦେଇଛନ୍ତି, ‘ହେୟାର ଉଇ ଗୋ ୩୦’।

ଭିଡିଓରେ ଏକ ଘରୋଇ ଜେଟ୍‌ ରହିଥିବା ଦେଖିବାକୁ ମିଳିଛି। ନିକ୍‌ ଏହା ଆଡ଼କୁ ଯାଉଥିବାର ଦେଖିବାକୁ ମିଳିଛି। ପ୍ରିୟଙ୍କା ଜେଟ୍‌ ଭିତରେ ବସି ଫୋନ୍‌ରେ କଥା ହେଉଥିବା ବେଳେ ନିକ୍‌ ଦେଖି ଖୁସିରେ ଏକ ସୁନ୍ଦର ଲୁକ୍‌ ଦେଉଛନ୍ତି। ଏଥି ସହିତ ନିକ୍‌ଙ୍କ ଜନ୍ମଦିନ ଥିବାରୁ ଜେଟ୍‌କୁ ଭଲ ଭାବରେ ବି ସଜାଯାଇଛି।

ଏମିତିରେ ପ୍ରିୟଙ୍କା-ନିକ୍‌ ପ୍ରାୟତଃ ସେମାନଙ୍କର ଖାସ୍‌ ଦିନ ପାଳନ କରିବାକୁ କୌଣସି ନା କୌଣସି ସ୍ଥାନକୁ ଯାଇଥାନ୍ତି। ଯଦିଓ ଉଭୟ ବ୍ୟସ୍ତ ରହୁଛନ୍ତି ତଥାପି ସେମାନେ ବିଶେଷ ଦିନରେ ପରସ୍ପର ସହିତ ରହିବାକୁ ପସନ୍ଦ କରନ୍ତି। ଏହି କାରଣରୁ ନିକ୍‌ଙ୍କ ଜନ୍ମଦିନ ପାଇଁ ସ୍ବତନ୍ତ୍ର ଯୋଜନା ମଧ୍ୟ କରାଯାଇଛି। ଉଭୟ ନିଜ ଝିଅ ସହିତ ଅଧିକ ସମୟ ବିତାଇବାକୁ ବାହାରିଛନ୍ତି। ଦୀର୍ଘ ସମୟ ଧରି ଡେଟିଂ କରିବା ପରେ ପ୍ରିୟଙ୍କା ଏବଂ ନିକ୍‌ ୨୦୧୮ରେ ଯୋଧପୁରରେ ବିବାହ କରିଥିଲେ। ଚଳିତ ବର୍ଷ ଜାନୁୟାରୀରେ ତାଙ୍କ ଘରକୁ ଏକ କନ୍ୟାସନ୍ତାନ ଆସିଛି।

Share