ବିଗ୍‌ବସ୍‌ର ଦୁଇ ପ୍ରତିଯୋଗୀଙ୍କୁ ମିଳିଲା ଏକତା କପୁରଙ୍କ ବଡ଼ ଅଫର୍‌!

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ନାଗିନ୍‌’ ଗୋଟିଏ। ୨୦୧୫ରେ ଏହା ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଏହାର ୬ ସିଜନ୍‌ ଆସିଥିବା ବେଳେ ସବୁଗୁଡ଼ିକୁ ଦର୍ଶକଙ୍କ ଭଲପାଇବା ମିଳୁଛି। ଏଥିଯୋଗୁ ନିର୍ମାତା ତଥା ନିର୍ଦ୍ଦେଶକ ଏକତା କପୁର ‘ନାଗିନ-୭’ ଲାଗି ଯୋଜନା ଆରମ୍ଭ କରିଦେଲେଣି। ଏହି ସିଜନ୍‌ରେ ବିଗ୍‌ବସ୍‌-୧୬ର ଦୁଇ ଲୋକପ୍ରିୟ ପ୍ରତିଯୋଗୀ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେମାନେ ହେଲେ ପ୍ରିୟଙ୍କା ଚହର ଚୌଧୁରୀ ଏବଂ ଅର୍ଚ୍ଚନା ଗୌତମ। ଉଭୟଙ୍କୁ ଶୋ’ରେ ପ୍ରମୁଖ ଭୂମିକାରେ ଦେଖାଯାଇପାରେ। ଏନେଇ ଜଣାପଡ଼ିବା ପରେ ପ୍ରଶଂସକମାନେ ଖୁସି ବ୍ୟକ୍ତ କରୁଛନ୍ତି।

Share