ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ ବଦଳାଇଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ଅଭିନୟରେ ସମସ୍ତଙ୍କୁ ଆକର୍ଷିତ କରିଥିବା ଅଭିନେତ୍ରୀ ତଥା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏମିତି ଜଣେ ବ୍ୟକ୍ତିତ୍ୱ, ଯାହାଙ୍କ ପ୍ରତ୍ୟେକ ଗତିବିଧିକୁ ସମସ୍ତେ ଦେଖନ୍ତି। ପ୍ରିୟଙ୍କା ଯାହା ବି କରନ୍ତି, ତୁରନ୍ତ ନଜରକୁ ଚାଲିଆସନ୍ତି। ସୋସିଆଲ ମିଡିଆରେ ଦେଶୀ ଗର୍ଲଙ୍କର ବହୁତ ପ୍ରଶଂସକ ଅଛନ୍ତି। ବର୍ତ୍ତମାନ ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ ପରିବର୍ତ୍ତନ କରିଛନ୍ତି, ଯାହା  ଚର୍ଚ୍ଚାର ବିଷୟ ପାଲଟିଛି।

ତାଙ୍କ ପ୍ରୋଜେକ୍ଟ ବ୍ୟତୀତ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଆଜିକାଲି ତାଙ୍କ ଝିଅ ମାଳତୀ ମେରୀ ଚୋପ୍ରା ଜୋନାସଙ୍କ ସହ ଅଧିକାଂଶ ସମୟ ବିତାଉଥିବାର ନଜର ଆସିଛନ୍ତି। ପ୍ରିୟଙ୍କା ସୋସିଆଲ ମିଡିଆରେ ମାଳତୀଙ୍କ ସହ ଅନେକ ଫଟୋ ଶେୟାର କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଚେହେରା ଦେଖାଇ ନାହାନ୍ତି। ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ ଏଡିଟ କରି ଏକ ନୂଆ ଫଟୋ ପୋଷ୍ଟ କରିଛନ୍ତି। ସେ ତାଙ୍କ ଝିଅ ମାଳତୀ ମେରୀଙ୍କ ସହ ନୂଆ ଫଟୋ ଶେୟାର କରିଛନ୍ତି।

ପ୍ରିୟଙ୍କା ଏଥର ମଧ୍ୟ ଝିଅର ଯେଉଁ ଫଟୋ ପ୍ରୋଫାଇଲରେ ରଖିଛନ୍ତି, ସେଥିରେ ବି ମୁହଁ ଦେଖାଇ ନାହାନ୍ତି।ପ୍ରିୟଙ୍କା ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ସହ ଝିଅର ଏକ ଫଟୋ ଶେୟାର କରିଛନ୍ତି। ସେଥିରେ ବି ଝିଅର ଚେହେରା ଦେଖାଯାଉନାହିଁ। ପ୍ରିୟଙ୍କା ତାଙ୍କ ଭାଇ ଏବଂ ଝିଅର ଏହି ଫଟୋ ଶେୟାର କରି ‘ମାଇ ହାର୍ଟ’ ଲେଖି ଭାଇ ସିଦ୍ଧାର୍ଥଙ୍କୁ ଟ୍ୟାଗ କରିଛନ୍ତି।

ଚଳିତ ବର୍ଷ ଜାନୁୟାରୀରେ ପ୍ରିୟଙ୍କା ଏବଂ ନିକ୍‌ ଜୋନାସ ସରୋଗେସି ମାଧ୍ୟମରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଯେତେବେଳେ ପ୍ରିୟଙ୍କା ଘରେ ଥାଆନ୍ତି, ସେତେବେଳେ ସେ ତାଙ୍କ ଝିଅ ସହିତ ମଜା କରୁଥିବା ଦେଖାଯାଏ। ଫଟୋଗୁଡ଼ିକ ଶେୟାର କରନ୍ତି ସତ କିନ୍ତୁ ସେ ଝିଅର ଚେହେରା ଆଜି ଯାଏ ଲୁଚାଇ ଆସିଛନ୍ତି। ତେବେ ଦେଖାଯାଉ କେବେ ପୂରା ଚେହେରା ଦେଖାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ଖୁସି ଖବର: ବଢ଼ିଲା ପୋଲିସ କର୍ମଚାରୀଙ୍କ ଭତ୍ତା

ଭୁବନେଶ୍ୱର,୨୪।୪: ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କ ଭତ୍ତା ଏବଂ ପ୍ରୋତ୍ସାହନ ରାଶିକୁ ଗୁରୁବାର ବୃଦ୍ଧି କରିଛନ୍ତି। କନଷ୍ଟେବଲଙ୍କଠାରୁ ଆରମ୍ଭ...

କଳାହାଣ୍ଡିରେ ପାରଦ ଉପରମୁହାଁ: ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୪ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ସହରର ତାପମାତ୍ରା ଏବେ ୪୫...

ନ୍ୟାସନାଲ ହେରାଲ୍ଡ ମାମଲା, ED ସ୍କାନରରେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୨୪।୪: ସ୍ବାଧୀନତା ପରବର୍ତ୍ତୀ ରାଜନୈତିକ ମାନଚିତ୍ରରେ ଦୀର୍ଘ ଦିନ ଧରି ହଜି ଯାଇଥିବା ନ୍ୟାସନାଲ ହେରାଲ୍ଡ ମାମଲା ପୁଣିଥରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛି –...

ଭାଇଙ୍କୁ ମରଣାନ୍ତ୍ରକ ଆକ୍ରମଣ କରି ହତ୍ୟା ଉଦ୍ୟମ: ସାନ ଭାଇଙ୍କୁ ୫ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସିଜେଏମ ତଥା ସେସନ ଜଜ୍‌ ହିମାଂଶୁ ଶେଖର ବିଶ୍ୱାଳ ଏକ ମରଣାନ୍ତ୍ରକ ଆକ୍ରମଣ ମାମଲାର ବିଚାର କରିଛନ୍ତି। ଅଭିଯୁକ୍ତ ଅମ୍ବିକା...

୫୦ ହଜାର ଟଙ୍କା ଯୌତୁକ ଦାବିରେ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ ଅଭିଯୋଗ

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୬ ମାସ ପରଠାରୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ବୋହୂଙ୍କୁ ଶାରୀରିକ...

ମାଡ୍ରିଡ୍‌ ଓପନରୁ ଓହରିଲେ ଅଲ୍‌କାରାଜ

ମାଡ୍ରିଡ୍‌,୨୪ା୪: ଇଞ୍ଜୁରୀ ଯୋଗୁ ଦର୍ଶକଙ୍କ ଫେଭରାଇଟ୍‌ କାର୍ଲୋସ ଅଲ୍‌କାରାଜ ମାଡ୍ରିଡ୍‌ ଓପନ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଗତ ରବିବାର ବାର୍ସିଲୋନା ଓପନ ଫାଇନାଲ ବେଳେ...

MEAର ଚେତାବନୀ: ଭିଜା ଅବଧି ଶେଷ ହେବା ପୂର୍ବରୁ ଭାରତ ଛାଡନ୍ତୁ ପାକିସ୍ତାନୀ, ୨୯ ପରେ ମେଡିକାଲ ଭିଜା ବି…

ନୂଆଦିଲ୍ଲୀ,୨୪।୪: ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ପାଇଁ ଭିଜା ସେବା ତୁରନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ (MEA) କହିଛି ଯେ ପାକିସ୍ତାନୀ...

ପାକିସ୍ତାନ ପୁଣି କଲାଣି ପ୍ରମାଣ ଖୋଜିବାର ଡ୍ରାମା! ମନ୍ତ୍ରୀ ଇସାକ ଡାର କହିଲେ,‘ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ PAK ଅଛି ବୋଲି…’

ଇସଲାମାବାଦ,୨୪।୪: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ପାକିସ୍ତାନ ଚ୍ୟାଲେଞ୍ଜ କରିଛି। ସେ କହିଛନ୍ତି ଯେ ଯଦି ଭାରତ ପାଖରେ ଆକ୍ରମଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image