୪୦ ବର୍ଷରେ ନିର୍ବନ୍ଧ କଲେ ବଲିଉଡ୍‌ର ଏହି ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ଫିଲ୍ମ ‘ଲଭ୍‌ ଷ୍ଟୋରୀ ୨୦୫୦’ ଏବଂ ହ୍ବାଟସ୍‌ ୟୋର ରାଶି’ ରେ କାମ କରିସାରିଥିବା ଅଭିନେତା ହରମନ ବାବେଜା ନ୍ୟୁଟ୍ରେଶନ ହେଲ୍ଥ କୋଚ୍‌ ସାଶା ରାମଚନ୍ଦାନୀଙ୍କ ସହ ନିର୍ବନ୍ଧ କରିଛନ୍ତି। ସାଶାଙ୍କ ବନ୍ଧୁ ତଥା କ୍ରିକେଟର ଜାହିର ଖାନ୍‌ଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ସାଗରିକା ଘାଟ୍‌ଗେ ସୋସିଆଲ ମିଡିଆରେ ଉକ୍ତ ଯୋଡିଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ସୂଚନା ଦେଇଛନ୍ତି।
ସାଗରିକା ତାଙ୍କର ଇନ୍‌ଷ୍ଟ୍ରା ଷ୍ଟୋରୀରେ ଉକ୍ତ କପଲଙ୍କର ଏକ ଫଟୋ ଶେୟାର କରି ଲେଖିଛନ୍ତି, ସାଶା ଏବଂ ହରମନଙ୍କୁ ଶୁଭେଚ୍ଛା।
୪୦ ବର୍ଷୀୟ ହରମନ ହେଉଛନ୍ତି ପ୍ରସିଦ୍ଧ ନିର୍ଦ୍ଦେଶକ ହ୍ୟାରି ବାବେଜାଙ୍କ ପୁଅ। ସେ ୨୦୦୮ରେ ଫିଲ୍ମ ‘ଲଭ୍‌ ଷ୍ଟୋରୀ ୨୦୫୦’ ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସର ଫ୍ଲପ୍‌ ହୋଇଥିଲା। ଏହା ପରେ ଭିକ୍ଟ୍ରି, ହ୍ବାଟସ୍‌ ୟୋର ରାଶି ଏବଂ ଢିଚକାଉ ଆଦି ଫିଲ୍ମରେ କାମ କଲେ। ମାତ୍ର କୌଣସି ଫିଲ୍ମ ସଫଳତା ପାଇଲା ନାହିଁ।
ହ୍ରିତିକ୍‌ ରୋଶନଙ୍କ ଅବିକଳ କୁହାଯାଉଥିବା ହରମନ ଫେବୃୟାରୀ ୨୦୧୪ରେ ବିପାଶା ବସୁଙ୍କ ସହ ରିଲେସନଶିପ୍‌ରେ ଥିବା କହିଥିଲେ। ମାତ୍ର ଡିସେମ୍ବରରେ ବିପାଶା ସେମାନଙ୍କ ବ୍ରେକ୍‌ଅପ୍‌ ନେଇ ଷୋଷଣା କରିଥିଲେ।

Share