ଜନ୍ମର ୩ ମାସ ପରେ ଝିଅର ନାଁ ରଖିଲେ ପ୍ରିୟଙ୍କା!

ବଲିଉଡ୍‌ ପରେ ହଲିଉଡ୍‌ରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ତଥା ଆମେରିକୀୟ ଗାୟକ ନିକ ଜୋନାସ ଚଳିତ ବର୍ଷ ଆରମ୍ଭରେ ସରୋଗେସି ମାଧ୍ୟମରେ କନ୍ୟା ସନ୍ତାନର ମାତାପିତା ହୋଇଥିଲେ। ଜନ୍ମର ୩ ମାସ ପରେ ଝିଅର ନାଁ ପ୍ରକାଶ ପାଇଛି। ପ୍ରିୟଙ୍କା ଏବଂ ନିକ୍‌ ଝିଅର ନଁା ମାଳତୀ ମାରି ରଖିଛନ୍ତି। ଜନ୍ମ ପ୍ରମାଣପତ୍ରକୁ ଦର୍ଶାଯାଇଛି, ଜାନୁଆରୀ ୧୫ରେ ରାତି ୮ଟା ପରେ ମାଳତୀ ସାନ ଡିଏଗୋ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ମାଳତୀ ଏକ ହିନ୍ଦୁ ନାମ ହୋଇଥିବାବେଳେ ମ୍ୟାରି ଏକ ଖ୍ରୀଷ୍ଟିଆନ ନାମ। ପ୍ରିୟଙ୍କା ଏବଂ ନିକ୍‌ଙ୍କ ଧର୍ମ ଅନୁଯାୟୀ ଏହି ନାମକରଣ କରାଯାଇଛି। ମାଳତୀ ନାମ ସଂସ୍କୃତରୁ ଉତ୍ପନ୍ନ। ଏହାର ଅର୍ଥ- ‘ଛୋଟ ସୁଗନ୍ଧିତ ଫୁଲ। ସେହି ସମୟରେ, ମାରି ଲାଟିନ ଭାଷା ଷ୍ଟେଲା ମାରିସରୁ ଉତ୍ପନ୍ନ, ଯାହାର ଅର୍ଥ ହେଉଛି ସମୁଦ୍ରର ତାରା। ମାରି ମଧ୍ୟ ଯୀଶୁଙ୍କ ମା’ଙ୍କର ନାମ ଥିଲା।
ନିକ ଜୋନାସ ଏବଂ ପ୍ରିୟଙ୍କା ଚୋପ୍ରା ୨୦୧୮ରେ ବିବାହ କରିଥିଲେ। ରାଜସ୍ଥାନର ଏକ ପ୍ୟାଲେସରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ପ୍ରିୟଙ୍କା ଏବଂ ନିକଙ୍କ ବିବାହ କାର୍ଯ୍ୟ ଚାରି ଦିନ ଧରି ଚାଲିଥିଲା। ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତିକୁ ଧ୍ୟାନରେ ରଖି ଏହି ବିବାହ କରାଯାଇଥିଲା।

Share