ରୋମାଣ୍ଟିକ୍‌ ପୋଜ୍‌ରେ ପ୍ରିୟଙ୍କା-ନିକ୍‌

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା-ସ୍ବାମୀ ନିକ୍‌ ଜୋନାସ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ଏହି କପଲ ଏକ ହ୍ରଦ ମଧ୍ୟରେ ରୋମାଣ୍ଟିକ୍‌ ପୋଜ ଦେଉଥିବାର ନଜର ଆସିଛନ୍ତି। ପ୍ରିୟଙ୍କାଙ୍କ ସହ ବିତାଇଥିବା ଏହି ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ ନିକ୍‌ ‘ମ୍ୟାଜିକ ଓଭର’ ବୋଲି କହିଛନ୍ତି।

ନିକ୍‌ କ୍ୟାପଶନରେ ଏକ ହାର୍ଟ ଇମୋଜି ମଧ୍ୟ ଶେୟାର କରିଛନ୍ତି। ପ୍ରିୟଙ୍କା-ନିକ ହ୍ରଦ ମଝିରେ ଥିବା ଡଙ୍ଗାରେ ଏକାଠି ରୋମାଣ୍ଟିକ ପୋଜ୍‌ ଦେଉଥିବାର ନଜର ଆସିଛନ୍ତି। ଷ୍ଟାର୍‌ ଦମ୍ପତିଙ୍କ ଲୁକ୍‌ ବିଷୟରେ କହିବାକୁ ଗଲେ ଦେଶୀ ଗର୍ଲ ଏକ କମଳା ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି। ସେ ଏକ କଳା ଜ୍ୟାକେଟ ନେଇ ନିଜର ଲୁକ୍‌କୁ ଶେଷ କରିଛନ୍ତି। ନିକ୍‌ ବି କଳା ଡ୍ରେସ୍‌ରେ ବହୁତ ହ୍ୟାଣ୍ଡସମ୍‌ ଦିଶୁଛନ୍ତି। ଫଟୋରେ ଦୁହେଁ ଚୌଚାଳନା କରୁଥିବାର ନଜର ଆସିଛନ୍ତି।

Share