‘ଗଦର ୨’ ନିର୍ଦ୍ଦେଶକଙ୍କୁ ଉପହାର ପଠାଇଲେ ପ୍ରିୟଙ୍କା-ନିକ୍‌

ଆଜିକାଲି ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କର୍ଷ ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଏପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ୩୦୦ କୋଟିରୁ ଅଧିକ ଆୟ କଲାଣି। ସମସ୍ତେ ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରୁଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍‌ ଜୋନାସ ମଧ୍ୟ ‘ଗଦର ୨’କୁ ପ୍ରଶଂସା କରିଛନ୍ତି। ଉଭୟ ଫିଲ୍ମର ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପାଇଁ ଏକ ବିଶେଷ ଉପହାର ପଠାଇ ଫିଲ୍ମର ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉପହାରର ଫଟୋ ଶେୟାର କରି ନିର୍ଦ୍ଦେଶକ ନିଜେ ଏହି ଦମ୍ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଅନୀଲ ସୋସିଆଲ ମିଡିଆରେ ଚିତ୍ର ସେୟାର କରି ଖୁସି ବ୍ୟକ୍ତ କରିଥିଲେ
ଅନୀଲ ସୋସିଆଲ ମିଡିଆରେ ଦୁଇଟି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ଏକ ସୁନ୍ଦର ଫୁଲ ତୋଡା ଏବଂ ଦ୍ୱିତୀୟ ଫଟୋରେ ଏକ ନୋଟ ଦୃଶ୍ୟମାନ ହେଉଛି। ଏହି ନୋଟରେ ଲେଖାଯାଇଛି- ପ୍ରିୟ ଅନିଲ ସାର୍‌, ଗଦର ୨ ର ସଫଳତା ପାଇଁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଗାମୀ ସମୟ ପାଇଁ ଆପଣଙ୍କୁ ଶୁଭେଚ୍ଛା। ପ୍ରିୟଙ୍କା ଏବଂ ନିକଙ୍କ ପକ୍ଷରୁ ଢେର ସାରା ଭଲ ପାଇବା। ପ୍ରିୟଙ୍କା ଏବଂ ନିକଙ୍କ ନୋଟ ଶେୟାର କରି ଅନିଲ ଲେଖିଛନ୍ତି – ତୁମ ଦୁହିଁଙ୍କୁ ଅନେକ ଧନ୍ୟବାଦ। ତୁମର ଏହି ଉପହାର ମୋ ହୃଦୟକୁ ସ୍ପର୍ଶ କଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିରଞ୍ଜିବୀଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ, ସିନେମା ଜଗତର ପ୍ରଥମ ଅଭିନେତା ଭାବେ…

ହାଇଦ୍ରାବାଦ,୨୨।୯: ତେଲୁଗୁ ସିନେମା ଜଗତରେ ମେଗାଷ୍ଟର ଭାବେ ଚିରଞ୍ଜିବୀ ପରିଚିତ। ସିନେମା ଜଗତର ପ୍ରଥମ ଅଭିନେତା ଭାବେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ ବୁକ...

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri