ଝିଅ ପାଇଁ ଇଟାଲୀରୁ ବିଶେଷ ଉପହାର ଆଣିଲେ ପ୍ରିୟଙ୍କା-ନିକ

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ ଜୋନାସ ଅନେକ ସମୟରେ କିଛି ନା କିଛି କାରଣକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ନିକଟରେ ଏହି କପଲ ଇଟାଲୀରୁ ଫେରିଛନ୍ତି। ସେଠାକୁ ସେମାନେ ପିସିଙ୍କ ଅଭିନୀତ ମୁଭି ‘ସିଡାଟେଲ’ର ପ୍ରମୋଶନ ପାଇଁ ଯାଇଥିଲେ। ଇଟାଲୀରୁ ପ୍ରିୟଙ୍କା ଓ ନିକ ତାଙ୍କ ଲାଡଲି ମାଳତିଙ୍କ ପାଇଁ କିଛି ବିଶେଷ ଉପହାର ଆଣିଛନ୍ତି। ଉପହାରରେ ଥିବା ଖେଳନା ଗୁଡିକର କିଛି ଫଟୋ ସେମାନେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏସବୁଥିରେ ପ୍ରିୟଙ୍କା ମାଳତିଙ୍କ ସହ ଖେଳୁଥିବା ନଜର ଆସିଛି। ଏଥିରେ ନିକ ବି ନଜର ଆସିଛନ୍ତି।

ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ ବେଶ କିଛି ଦିନହେବ ଝିଅ ମାଳତିଠାରୁ ଦୂରରେ ଥିଲେ। ଏବେ ଏହି ଦମ୍ପତି ଟିକେ ସମୟ ପାଇଲେ ଝିଅ ସହ ମସ୍ତି କରୁଥିବା ଦେଖାଯାଇଛି। ଇଟାଲୀରୁ ଝିଅ ମାଳତିଙ୍କ ପାଇଁ ଆଣିଥିବା ଖେଳନାରେ ପିସି ଖେଳୁଥିବାର ଦେଖାଯାଇଛି। ଆଉ ଏହାର କିଛି ଫଟୋ ପିସି ଇନଷ୍ଟାଷ୍ଟୋରିରେ ପୋଷ୍ଟ କରିଛନ୍ତି। ପ୍ରଥମ ଫଟୋରେ ପିସି ଏକ ଟୟ ଏରୋପ୍ଲେନ ଧରିଥିବା ବେଳେ ମାଳତି ଏହାକୁ ଧରିବାକୁ ଚେଷ୍ଟା କରୁଛନ୍ତି। ଆଉ ଦ୍ୱିତୀୟ ଫଟୋରେ ପ୍ରିୟଙ୍କା ଝିଅ ମାଳତିଙ୍କୁ ଏକ ବ୍ରେଡ ଷ୍ଟିକ ଦେଖାଉଥିବା ଦେଖାଯାଇଛି। ଏହି ସମୟରେ ନିକ ପାଖରେ ଠିଆ ହୋଇଛନ୍ତି। କିଛିଦିନ ପରେ ଝିଅ ସହ ଟାଇମ ସ୍ପେଣ୍ଡ କରୁଥିବାରୁ ଏହି ଦମ୍ପତ୍ତି ଖୁବ ଖୁସି ନଜର ଆସିଛନ୍ତି।

Share