ରୋମାଣ୍ଟିକ୍‌ ହେଲେ ପ୍ରିୟଙ୍କା

ବଲିଉଡ ପରେ ହଲିଉଡରେ ଜଲଓ୍ବା ଦେଖାଇଥିବା ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ପ୍ରିୟଙ୍କା ଗ୍ଲୋବାଲ ସିଟିଜେନ ଫେଷ୍ଟିଭାଲରେ ନଜର ଆସିଥିଲେ। ଏଠାରେ ତାଙ୍କ ସ୍ବାମୀ ନିକ ଜୋନାସ ‘ଜୋନାସ ବ୍ରଦର୍ସ’ଙ୍କ ସହିତ ଗୀତ ଗାଉଥିବା ଦେଖିବାକୁ ମିଳିଥିଲା। ଶୋ’ରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନିକ ଜୋନାସ ଏବଂ ପ୍ରିୟଙ୍କା ମଞ୍ଚ ଉପରେ ପରସ୍ପରକୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।
ଗ୍ଲୋବାଲ ସିଟିଜେନ ଫେଷ୍ଟିଭାଲକୁ ପ୍ରିୟଙ୍କା ହୋଷ୍ଟିଂ କରୁଥିଲେ। ଜୋନାସ ବ୍ରଦର୍ସ ଗ୍ଲୋବାଲ ସିଟିଜେନ ଫେଷ୍ଟିଭାଲର ମଞ୍ଚରେ ଭାଗ ନେବା ପରେ ନିକ ପ୍ରିୟଙ୍କାଙ୍କୁ ଏକ ସୁନ୍ଦର ପରିଚୟ ସହିତ ମଞ୍ଚକୁ ଡାକନ୍ତି। ପିସି ସମସ୍ତଙ୍କ ସାମ୍ନାରେ ମଞ୍ଚରେ ନିକଙ୍କୁ ଚୁମ୍ବନ ଦେବା ଆରମ୍ଭ କରନ୍ତି। ତେବେ ଏହା ପରେ ପ୍ରିୟଙ୍କା ଜୋନାସ ବ୍ରଦର୍ସଙ୍କୁ ମଧ୍ୟ ଆଲିଙ୍ଗନ କରନ୍ତି। ପ୍ରିୟଙ୍କା ଏକ ରଙ୍ଗୀନ ପୋଷାକରେ ଦମ୍‌ଦାର ଅନ୍ଦାଜରେ ଗ୍ଲୋବାଲ ସିଟିଜେନ ଫେଷ୍ଟିଭାଲ ହୋଷ୍ଟିଂ କରୁଥିବା ଦେଖିବାକୁ ମିଳିଥିଲା।

Share