ଘରକୁ ଆସିଛି କନ୍ୟା, ୧୨ ସପ୍ତାହ ପୂର୍ବେ…!

ବମ୍ବେ: ସରୋଗେସୀ ଜରିଆରେ ମା’ ହୋଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ସୋସିଆଲ ମିଡିଆରେ ସେ ଏନେଇ ସୂଚନା ଦେଇଥିଲେ। ଏହାପରଠାରୁ ତାଙ୍କର ପୁଅ ହୋଇଛି ନା ଝିଅ ସେନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଥିଲା। ଏବେ ତାଙ୍କ ଘରକୁ ଏକ ଝିଅ ଆସିଛି ବୋଲି ଚର୍ଚ୍ଚା ହେଉଛି। ଏପରିକି ୧୨ ସପ୍ତାହ ଅର୍ଥାତ ତିନି ମାସ ପୂର୍ବେ କାଲିଫର୍ନିଆର ଏକ ଡାକ୍ତରଖାନାରେ ଶିଶୁଟି ଜନ୍ମଲାଭ କରିଥିବା କୁହାଯାଉଛି।

୨୦୧୮ ଡିସେମ୍ବରରେ ଗାୟକ ନିକ୍‌ ଜୋନାସଙ୍କ ହାତ ଧରିଥିଲେ ପିସି। ରାଜସ୍ଥାନର ଜୋଧପୁର ଉମ୍ମେଦ ପ୍ୟାଲେସ୍‌ରେ ବିବାହ ଅନୁଷ୍ଠିତ ହୋଇଥିଲା। ଉଭୟ ହିନ୍ଦୁ ଏବଂ ଖ୍ରିଷ୍ଟ୍ରିଆନ୍‌ ରୀତିନୀତିରେ ବିବାହ କରିଥିଲେ। ନିକଟରେ ପ୍ରିୟଙ୍କା -ନିକ୍‌ଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଥିବା ନେଇ ଖବର ପ୍ରକାଶ ପାଇଥିଲା। ପ୍ରିୟଙ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଚୋପ୍ରା ଜୋନାସ ହଠାଇବା ପରେ ଏଭଳି କିଛି କୁହାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏହା ଗୁଜବ ଥିବା ସ୍ପଷ୍ଟ ହୋଇଥିଲା।

Share