ଇନ୍‌ଷ୍ଟାଗ୍ରାମରେ ସୋଫିଙ୍କୁ ଅନ୍‌ଫଲୋ କଲେ ପ୍ରିୟଙ୍କା

ବମ୍ବେ: ତୁଟିବ ଚାରି ବର୍ଷର ବୈବାହିକ ସମ୍ପର୍କ। ପରସ୍ପରଠାରୁ ଅଲଗା ହେବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦେଢ଼ଶୁର ଜୋ ଜୋନାସ ଏବଂ ପତ୍ନୀ ସୋଫି ଟର୍ନର। ଗତ ମାସରେ ଦୁହେଁ ଛାଡ଼ପତ୍ର ନେଇ ଘୋଷଣା କରିଥିଲେ। ସେବେଠାରୁ ଜୋନାସ ପରିବାରରେ ସବୁକିଛି ଠିକ୍‌ ଚାଲି ନ ଥିବା କୁହାଯାଉଛି। ପ୍ରିୟଙ୍କା ମଧ୍ୟ ସୋଫିଙ୍କୁ ଇନଷ୍ଟାଗ୍ରାମରେ ଅନ୍‌ଫଲୋ କରିଥିବା ଦେଖାଯାଇଛି। ଏଣୁ ଦୁହିଁଙ୍କ ସମ୍ପର୍କ ଖଟା ହୋଇଥିବା ସ୍ପଷ୍ଟ ହୋଇଛି। ଅପରପକ୍ଷେ ପିସି କିନ୍ତୁ ଛାଡ଼ପତ୍ରକୁ ନେଇ ନିଜର କୌଣସି ବୟାନ ଦେଇ ନାହାନ୍ତି। ପୂର୍ବରୁ ସୋଫିଙ୍କ ସହ ଭଲ ସମୟ ବିତାଉଥିବା ବେଳେ ଏବେ ପିସି ତାଙ୍କୁ ହଠାତ ଅନ୍‌ଫଲୋ କରି ପ୍ରଶଂସକଙ୍କୁ ଚକିତ କରିଛନ୍ତି।

Share