କୋରାପୁଟ,୧୦ା୩: ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ଭାରତ ଆସିଛନ୍ତି। ମା’ ମଧୁ ଚୋପ୍ରା ଏସ୍ ରାଜାମୋୖଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘SSMB 29’ ରେ ତାଙ୍କର ସମ୍ପୃକ୍ତି ନିଶ୍ଚିତ କରିବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ଓଡ଼ିଶା ବିମାନବନ୍ଦରରେ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଥିଲା। ଏଠାରେ ସେ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଆସିଛନ୍ତି। ପ୍ରିୟଙ୍କାଙ୍କ ପାଇଁ ଏହା ଏକ ମହତ୍ଵପୁର୍ଣ୍ଣ ମୁହୂର୍ତ୍ତ ଅଟେ, ଯେହେତୁ ସେ ଏହି ବୃହତ ପ୍ରୋଜେକ୍ଟରେ ମହେଶ ବାବୁ ଏବଂ ପୃଥ୍ଵୀରାଜ ସୁକୁମାରନଙ୍କ ସହ ଯୋଗ ଦେଇଛନ୍ତି।
‘ବାହୁବଲୀ’ ନିର୍ଦ୍ଦେଶକ ଏସ୍ ରାଜାମୋୖଲିଙ୍କ ନିର୍ଦ୍ଦେଶିତ ‘SSMB 29’ ବଡ ବଡ଼ କଳାକାରଙ୍କୁ ନେଇ ବଡ ବଜେଟ୍ ସହିତ ପ୍ରସ୍ତୁତ କରୁଛି। ‘SSMB 29’ ର ଦ୍ୱିତୀୟ ପର୍ଯ୍ୟାୟ ଶୁଟିଂ ବର୍ତ୍ତମାନ ଓଡିଶାରେ ଚାଲିଛି, କାଷ୍ଟ ଏବଂ କ୍ରୁମାନେ ଏଠାରେ ରହୁଛନ୍ତି। ପ୍ରିୟଙ୍କା ବର୍ତ୍ତମାନ ଏହି ଟିମରେ ଯୋଗ ଦେଇ ଚଳଚ୍ଚିତ୍ରର ଶୁଟିଂ କମକୁ ଆଗେଇ ନେବେ। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏକ ଫଟୋରେ ପ୍ରିୟଙ୍କା ଚୋପ୍ରା ଓଡିଶା ବିମାନବନ୍ଦରରେ ବିମାନ କ୍ରୁ ପ୍ରଶଂସକଙ୍କ ସହ ପୋଜ୍ କରିଥିବା ଦେଖାଯାଇଛି।
ପ୍ରିୟଙ୍କା ଏକ କାଜୁଆଲ୍ ଲୁକ୍ ସହିତ ମଧ୍ୟ ଷ୍ଟାଇଲିସ ଲାଗୁଥିଲେ। ସେ ଏକ ଧୂସର ଡେନିମ୍ ଜିନ୍ସ, ଏକ କଳା ଟ୍ୟାଙ୍କ୍ ଟପ୍, ଏବଂ ଏକ ଚମଡ଼ା ଜ୍ୟାକେଟ୍ ପିନ୍ଧିଥିଲେ। ଏହାପୂର୍ବରୁ ପ୍ରିୟଙ୍କା ଫିଲ୍ମର ସୁଟିଂ ପାଇଁ ହାଇଦ୍ରାବାଦରେ ଥିଲେ କିନ୍ତୁ ମୁମ୍ବାଇରେ ତାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ କିଛି ସମୟ ନେଇଥିଲେ।