ମା’ ହେବାର ୧୧ ଦିନ ପରେ ଏମିତି ଫଟୋଶୁଟ୍‌ କରି ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜି କୌଣସି ପରିଚୟ ପ୍ରତି ଆଗ୍ରହୀ ନୁହନ୍ତି। କାରଣ ନିକଟରେ ଅର୍ଥାତ୍‌ ୨୨ ଜାନୁୟାରୀରେ ପ୍ରିୟଙ୍କା ପ୍ରଶଂସକଙ୍କୁ ମା’ ହେବାର ଖୁସି ଖବର ଦେଇଛନ୍ତି। ପ୍ରିୟଙ୍କା ଏବଂ ନିକ୍‌ ଜୋନାସ୍‌ ସରୋଗେସି ମାଧ୍ୟମରେ ସେମାନଙ୍କର ପ୍ରଥମ ସନ୍ତାନର ମାତାପିତା ହୋଇଛନ୍ତି। ଏହି ଖବର ପରେ ପ୍ରଶଂସକ, ବଲିଉଡ୍‌ ଷ୍ଟାରମାନେ ପ୍ରିୟଙ୍କା-ନିକ୍‌ଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ମା’ ହେବା ପରେ ପ୍ରଥମଥର ପ୍ରିୟଙ୍କା ଏକ ମ୍ୟାଗାଜିନର କଭର ପୃଷ୍ଠା ପାଇଁ ବହୁତ ହଟ୍‌ ଫଟୋଶୁଟ୍‌ କରିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ନିକଟରେ ପ୍ରିୟଙ୍କା ‘ହାର୍ପର୍ସ ବଜାର’ ପତ୍ରିକା ପାଇଁ ଏକ ଫଟୋଶୁଟ୍‌ କରିଛନ୍ତି। ଫଟୋଟି ମ୍ୟାଗାଜିନ୍‌ର କଭର ପୃଷ୍ଠାରେ ରହିଛି। ଫଟୋରେ ଦେଖିବେ, ପ୍ରିୟଙ୍କା ଲାଭେଣ୍ଡର ଏବଂ ହଳଦିଆ ରଙ୍ଗର ସୁନ୍ଦର ଗାଉନରେ ପୋଜ୍‌ ଦେଇଛନ୍ତି। ଫଟୋକୁ ପ୍ରିୟଙ୍କାଙ୍କ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।

Share