ବ୍ରେକ୍‌ଅପ୍‌ ପରେ ଭାଙ୍ଗି ପଡ଼ିଥିଲେ ପିସି, ମା’ଙ୍କୁ ବି ଲୁଚାଇଥିଲେ କଥା

ବମ୍ବେ: ନିଜ ପୁସ୍ତକ ‘ଅନ୍‌ଫିନିସ୍‌ଡ’କୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏଥିରେ ସେ ନିଜ ଜୀବନ ସହ ଜଡ଼ିତ ଅନେକ କିଛି ପ୍ରସଙ୍ଗରେ ଖୁଲାସା କରିଛନ୍ତି। ସେଥିରୁ ଗୋଟିଏ ହେଉଛି ତାଙ୍କର ବ୍ରେକ୍‌ଅପ୍‌ ପରର ସମୟ।

୨୦୧୬ରେ ପିସି ନ୍ୟୁୟର୍କ ଚାଲିଯାଇଥିଲେ। ସେତେବେଳର ସମୟ ସାଧାରଣ ନ ଥିଲା। କାରଣ ବ୍ରେକ୍‌ଅପ୍‌ ହୋଇଥିବା ଯୋଗୁ ଭାଙ୍ଗି ପଡ଼ିଥିଲେ ସେ। ଏଥିସହ ବାପା ଅଶୋକ ଚୋପ୍ରାଙ୍କୁ ହରାଇବାର ଦୁଃଖ ତାଙ୍କ ଯନ୍ତ୍ରଣାକୁ ଦ୍ୱିଗୁଣିତ କରି ଦେଇଥିଲା। ପ୍ରାୟତଃ ଏକୁଟିଆ ରହୁଥିଲେ ସେ। କେବଳ ଟେଲିଭିଜନ ଶୋ’ ‘କ୍ୱାଣ୍ଟିକୋ’ର ଶୁଟିଂ ପାଇଁ ବାହାରକୁ ଯାଉଥିଲେ। ନିଜର ଯତ୍ନ ନେଉ ନ ଥିବାରୁ ତାଙ୍କର ଓଜନ ମଧ୍ୟ ନଅ କିଲୋଗ୍ରାମ ବଢ଼ି ଯାଇଥିଲା। ଫଳରେ ଚିନ୍ତାରେ ପଡ଼ିଥିଲେ ସେ। ମା’ ମଧୁଙ୍କୁ ସବୁ ବିଷୟରେ କହିବାକୁ ଚାହୁଁଥିଲେ ହେଁ ନିରବ ରହୁଥିଲେ। ଧିରେ ଧିରେ ସେ ବିଷାଦଗ୍ରସ୍ତ ହୋଇଯାଇଥିଲେ ବୋଲି ପିସି କହିଛନ୍ତି।

Share