ମୁମ୍ବାଇ: ବିବାହ କରିବାକୁ ଯାଉଛନ୍ତି ଗ୍ଲୋବାଲ୍ ଷ୍ଟାର ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ। ଏଥିରେ ଯୋଗଦେବାକୁ ଅଭିନେତ୍ରୀ ଭାରତ ଆସିଛନ୍ତି। ସିଦ୍ଧାର୍ଥ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୀଲମ ଚୋପ୍ରାଙ୍କ ହାତ ଧରିବେ। ଏମିତିରେ ଆସନ୍ତୁ ଜାଣିବା ନୀଲମଙ୍କ ବିଷୟରେ ଅଧିକ କିଛି…
ଫିଲ୍ମ ପ୍ରଯୋଜକ ସିଦ୍ଧାର୍ଥ ଏବଂ ନୀଲମଙ୍କ ପ୍ରେମକାହାଣୀ ଠିକ୍ ଚଳଚ୍ଚିତ୍ର ଭଳି। ଉଭୟ ପରସ୍ପରକୁ ଏକ ଡେଟିଂ ଆପ୍ରେ ଭେଟିଥିଲେ। ପ୍ରଥମେ ବନ୍ଧୁରୁ ସମ୍ପର୍କ ଆରମ୍ଭ ହୋଇ ବିବାହ ଯାଏ ପହଞ୍ଚିଥିଲା।
ପ୍ରିୟଙ୍କାଙ୍କ ଭାଇ ସିଦ୍ଧାର୍ଥ ଏବଂ ନୀଲମ ୨୦୨୪ ମସିହାରେ ନିର୍ବନ୍ଧ କରିଥିଲେ। ଏବେ ଘରେ ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସିଦ୍ଧାର୍ଥ-ନୀଲମଙ୍କ ନିର୍ବନ୍ଧ ୨ ଏପ୍ରିଲ ୨୦୨୪ରେ ମୁମ୍ବାଇରେ ହୋଇଥିଲା। ପ୍ରିୟଙ୍କା ତାଙ୍କ ଭାଇ ଏବଂ ଭାଉଜଙ୍କ ରୋକା ସମାରୋହର ଫଟୋ ମଧ୍ୟ ସେୟାର କରିଛନ୍ତି।
ପ୍ରିୟଙ୍କାଙ୍କ ଅଭିନୟ ବିଷୟରେ କହିବାକୁ ଗଲେ, ପିସି ବର୍ତ୍ତମାନ ଏସ୍.ଏସ୍. ରାଜାମୌଲିଙ୍କ ଫିଲ୍ମ ’ଏସ୍ଏସ୍ଏମ୍ବି ୨୯’ର ଶୁଟିଂ ପାଇଁ ଭାରତରେ ଅଛନ୍ତି। ଏହି ଫିଲ୍ମରେ ପ୍ରିୟଙ୍କା ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ସହ ନଜର ଆସିବେ।
