ମାଳତୀଙ୍କ ସହ ପ୍ରଥମ ଜନ୍ମଦିନ ପାଳିଲେ ପିସି

ମୁମ୍ବାଇ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ନିକଟରେ ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏଥର ସେ ପରିବାର ସଦସ୍ୟ ଓ ସାଙ୍ଗସାଥିଙ୍କ ସହ ମିଶି ଜନ୍ମଦିନ ପାଳନ କରିଛନ୍ତି । ହେଲେ ପିସିଙ୍କ ପାଇଁ ତାଙ୍କ ୪୦ ତମ ଜନ୍ମଦିନ ଏକ ବିଶେଷ ଗୁରୁତ୍ୱ ରଖେ । କାରଣ ପ୍ରଥମଥର ସେ ତାଙ୍କ ଝିଅ ମାଳତୀ ସହ ଏହି ଜନ୍ମଦିନ ପାଳନ କରିଛନ୍ତି । ପିସିଙ୍କ ଜନ୍ମଦିନରେ ତାଙ୍କ ମାଆ ମଧୁ ଚୋପ୍ରା, ସ୍ୱାମୀ ନିକ ଜୋନସ ତାଙ୍କ ପରିବାର, ତମନ୍ନା ଦତ୍ତା, ନତାଶା ପୁନାୱାଲାଙ୍କ ସମେତ ଅନ୍ୟ କେତେଜଣ ସେଲିବ୍ରିଟି ଯୋଗ ଦେଇଥିଲେ । ଏବେ ପିସିଙ୍କ ବାର୍ଥ ଡେ’ ସେଲିବ୍ରେଶନର ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ତାଙ୍କ ଝିଅ ମାଳତୀକୁ କୋଳରେ ଧରିଥିବା ଦେଖାଯାଇଛି ।
ପ୍ରିୟଙ୍କାଙ୍କ ସାଙ୍ଗ ତମନ୍ନା ଏହି ବାର୍ଥ ଡେ’ ପିକ୍‌କୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହା ପୋଷ୍ଟ ହେଉ ହେଉ ଭାଇରାଲ ହୋଇଛି । ଗୋଟିଏ ଫଟୋରେ ପିସି ଝିଅ ମାଳତୀକୁ ଧରିଥିବା ଦେଖାଯାଇଛି ।
ତମନ୍ନା ମାଳତୀ ଓ ପିସିଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି । ହେଲେ ସେଥିରେ ସେ ମାଳତୀଙ୍କ ମୁହଁରେ ଏକ ହାର୍ଟ ଇମୋଜି ଦେଇ ଦେଇଛନ୍ତି ।

Share