ଏଟିଭି ମେଶିନ ଚଲାଇଲେ ଦେଶୀ ଗର୍ଲ

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜର ଅଭିନୟ ମାଧ୍ୟମରେ ସମଗ୍ର ବିଶ୍ୱର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ସେ ହଲିଉଡ୍‌ର ଆଗାମୀ ଓ୍ବେବ୍‌ସିରିଜ୍‌ ‘ସିଟାଡେଲ୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହାରି ମଧ୍ୟରେ ତାଙ୍କର କିଛି ଫଟୋ ସହ କଳାକାର ରିଚାର୍ଡ ମାଡନ୍‌ଙ୍କ ସହ ସାମ୍ନାକୁ ଆସିଛି। ଏହି ଫଟୋରେ ପ୍ରିୟଙ୍କାଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳୁଛି। ସେ ରୂପେଲି ଏବଂ କଳା ରଙ୍ଗର ପୋଷାକ ପିନ୍ଧିଥିବାବେଳେ ରିଚାର୍ଡ ସବୁଜ ରଙ୍ଗର ପୋଷାକ ପିନ୍ଧିଛନ୍ତି। ଏହି ଫାଟୋଗୁଡିକୁ ଦେଖିଲେ ଫିଲ୍ମଟି ଆକ୍ସନରେ ଭରପୂର ବୋଲି ସ୍ପଷ୍ଟ ଜଣାପଡ଼ିଯାଉଛି। ଗୋଟିଏ ଫଟୋରେ ପ୍ରିୟଙ୍କା ଏଟିଭି ମେଶିନ ଚଲାଉଥିବାର ଦେଖିବାକୁ ମିଳୁଛି, ଯେଉଁଥିରେ ଏଥିରେ ବନ୍ଧୁକ ଭଳି ଅସ୍ତ୍ର ରହିଛି।

Share