ପିସିଙ୍କ ଲାଡଲି ମାଳତି ମ୍ୟାରିଙ୍କ ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ ଜୋନସ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଥାଆନ୍ତି ଚର୍ଚ୍ଚାରେ । ଏମାନେ କୌଣସି ନା କୌଣସି କାରଣକୁ ନେଇ ଲାଇମ ଲାଇଟରେ ରହିଥାଆନ୍ତି । ଆଉ ଏବେ ସେ ତାଙ୍କ ଝିଅ ମାଳତି ମ୍ୟାରିକୁ ନେଇ ବି ଆସୁଛନ୍ତି ଚର୍ଚ୍ଚାକୁ । ମାଳତିଙ୍କ ପ୍ରଶଂସକଙ୍କ ସଂଖ୍ୟା ଏବେ ଖୁବ୍ ଲମ୍ବା ଚଉଡା । ନିକଟରେ ମାଳତିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଆଣ୍ଠେଇ ଆଣ୍ଠେଇ ତାଙ୍କ କଜିନସଙ୍କ ସହ ଖେଳୁଥିବା ଦେଖାଯାଇଛି । ମାଳତିଙ୍କ ଏହି କ୍ୟୁଟ ଭିଡିଓ ସମସ୍ତଙ୍କ ଦିଲ ଜିତି ନେଇଛି । ମାଳତିଙ୍କ ଏହି କ୍ୟୁଟ ମୁଭମେଣ୍ଟକୁ ପ୍ରଶଂସକ ଖୁବ୍ ଏନଜୟ କରୁଛନ୍ତି । ଏହା ପୂର୍ବରୁ କିଛିଦିନ ତଳେ ମାଳତିଙ୍କ ମୁହଁ ରିଭିଲ ହୋଇଥିଲା ।
ସୂଚନାଯୋଗ୍ୟ, ଭିଡିଓକୁ ପିସି ଓ ନିକଙ୍କ ଏକ ଫ୍ୟାନ ପେଜ ଶେୟାର କରିଛି । ଏଥିରେ ମାଳତି ତାଙ୍କ କଜିନ ଭଉଣିଭାଇଙ୍କ ସହ ଖେଳୁଥିବା ଦେଖାଯାଇଛି । ହେଲେ ଏଥିରେ ମାଳତିଙ୍କ ମୁହଁ ଦେଖାଯାଉନାହିଁ ।

Share