ଏହି ତାରିଖରେ ବିବାହ କରିବେ ପ୍ରିୟଙ୍କାଙ୍କ ଏକ୍ସ ବୟଫ୍ରେଣ୍ଡ୍‌

ମୁମ୍ବାଇ : ବଲିଉଡ ଅଭିନେତା ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଏକ୍ସ ବୟଫ୍ରେଣ୍ଡ୍‌ ହରମନ ବାବେଜା ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ ହେଲ୍‌ଥ କୋଚ ଶଶା ରାମଚନ୍ଦାନୀଙ୍କୁ ବିବାହ କରିବେ। ଆସନ୍ତା ମାର୍ଚ୍ଚ ୨୧ରେ ହାଇଦ୍ରାବାଦରେ ଏହି ବିବାହ ଅନୁଷ୍ଠିତ ହେବ।

କିଛି ଦିନ ପୂର୍ବରୁ ଚଣ୍ଡିଗଡ଼ରେ ହରମନ ଏବଂ ଶଶାଙ୍କ ଏକ ଫଟୋ ସାମ୍ନାକୁ ଆସିଥଲା। ଏହି ଫଟୋଟିକୁ ଇନ୍‌ଷ୍ଟାଗ୍ରାମରେ ହରମନଙ୍କ ଭଉଣୀ ଶେୟାର କରିଛନ୍ତି। ଦୀର୍ଘଦିନ ଧରି ହରମନ ଫିଲ୍ମଠାରୁ ଦୂରେଇ ଯାଇଥିଲେ ହେଁ ପ୍ରଶଂସକମାନେ କ୍ରମାଗତ ଭାବରେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

ହରମନ ତାଙ୍କ ଫିଲ୍ମ କ୍ୟାରିୟର ସମୟରେ ଅଭିନୟ ଅପେକ୍ଷା ପ୍ରିୟଙ୍କା ଚୋପ୍ରାଙ୍କ ସହ ଥିବା ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ। ପ୍ରିୟଙ୍କା ଦୁଇ ବର୍ଷ ତଳେ ଆମେରିକୀୟ ଗାୟକ ନିକ୍‌ ଜୋନାସଙ୍କୁ ବିବାହ କରିଥିବାବେଳେ ହରମନ ମଧ୍ୟ ତାଙ୍କ ଜୀବନରେ ଆଗକୁ ବଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Share