ଝିଅକୁ ଉପହାର ଦେଲେ ପ୍ରିୟଙ୍କା

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଫାଦର୍ସ ଡେ’ ଅବସରରେ ସ୍ବାମୀ ନିକ ଜୋନାସ ଏବଂ ଝିଇ ମାଳତୀ ମ୍ୟାରିଙ୍କ ପାଇଁ ସୋସିଆଲ ମିଡିଆରେ ଫଟୋ ସହ ଏକ ଭାବପ୍ରବଣ ନୋଟ ଶେୟାର କରିଛନ୍ତି। ଏହି ଫଟୋରେ, ନିକ ଝିଅ ମାଳତୀଙ୍କୁ ହାତ ଧରି ଠିଆ କରାଇବାରେ ସାହାଯ୍ୟ କରୁଥିବା ଦେଖାଯାଉଛି। ତେବେ ଏହି ଫଟୋରେ ଉଭୟଙ୍କ ଚେହେରା ଦୃଶ୍ୟମାନ ହେଉନାହିଁ।
ଫଟୋ ଶେୟାର କରି ପ୍ରିୟଙ୍କା ଏକ ହୃଦୟସ୍ପର୍ଶୀ ନୋଟ ମଧ୍ୟ ଲେଖିଛନ୍ତି, ମୋ କୁନି ଝିଅ ସହ ପ୍ରଥମ ଫାଦର୍ସ ଡେ’। ଝିଅ ସହିତ ତୁମକୁ ଦେଖିବା ମୋତେ ଖୁସି ଦିଏ। ମୁଁ ତୁମକୁ ଭଲ ପାଏ। ଆଗାମୀ ଦିନଗୁଡ଼ିକ ମଧ୍ୟ ଏହିପରି ବିତୁ। ଫାଦର୍ସ ଡେ’ରେ ନିକ୍‌ ଏବଂ ମାଳତୀଙ୍କୁ ଏକ କଷ୍ଟୋମାଇଜ ଜୋତା ମଧ୍ୟ ଉପହାର ଦେଇଛନ୍ତି ପ୍ରିୟଙ୍କା। ଜୋତାରେ ଏମ୍‌ ଅକ୍ଷର ଲେଖାଯାଇଛି।
ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ଚଳିତ ବର୍ଷ ଜାନୁୟାରୀରେ ସରୋଗେସି ମାଧ୍ୟମରେ ମାତାପିତା ହୋଇଛନ୍ତି। ଉଭୟ ୨୦୧୮ରେ ଯୋଧପୁରର ବିବାହ କରିଥିଲେ।
ପ୍ରିୟଙ୍କା ଚୋପ୍ରା ଖୁବ ଶୀଘ୍ର ହଲିଉଡ ଫିଲ୍ମ ‘ଇଟସ୍‌ ଅଲ କମ ବ୍ୟାକ ଟୁ ମି’ରେ ନଜର ଆସିବେ। ଏଥିସହ ତାଙ୍କୁ ଖୁବଶୀଘ୍ର ବଲିଉଡ ୱେବ ସିରିଜ ସିଟାଡେଲରେ ଦେଖିବାକୁ ମିଳିବ। ଏହାର ଶୁଟିଂ ସେ ଶେଷ କରିଛନ୍ତି।

Share