ବେୟର ଗ୍ରିସ୍ଲ୍‌ଙ୍କ ସହ ଆଡଭେଞ୍ଚର ମିଶନରେ ଯିବେ ପ୍ରିୟଙ୍କା!

ମୁମ୍ବାଇ: ବେୟର ଗ୍ରିଲ୍ସ ତାଙ୍କ ଆଡଭେଞ୍ଚର ମିଶନ ପାଇଁ ବେଶ ଜଣାଶୁଣା । ସେ ଏମିତି କିଛି ଖରତନାକ ସଫର କରିଛନ୍ତି ଯାହାକୁ ଦେଖିଲେ ଆଉ ଶୁଣିଲେ ଲୋକଙ୍କ ହୋସ ଉଡିଯାଇଥାଏ । ତାଙ୍କର ଏହି ଯାତ୍ରାରେ କେତେଜଣ ବଡ ବଡ ବ୍ୟକ୍ତି ବିଶେଷ ବି ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର, ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ବଲିଉଡ ଷ୍ଟାର ରଣବୀର ସିଂ । ଏବେ ଏହି ତାଲିକାରେ ଆଉଜଣ ସେଲିବ୍ରିଟିଙ୍କ ନାମ ଆଡ ହେବାକୁ ଯାଉଛି । ଶୁଣିବାକୁ ମିଳୁଛି କି ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କୁଆଡେ ବେୟର ଗ୍ରିଲ୍ସଙ୍କ ଆଡଭେଞ୍ଚର ମିଶନରେ ଯାଇପାରନ୍ତି ।

ଏକ ସାକ୍ଷାତ୍‌କାରରେ ବେୟର କହିଥିଲେ ଏବେ ସେ ପୁଣିଥରେ ଭାରତୀୟ କଳାକାରଙ୍କ ସହ ଆଡଭେଞ୍ଚର ଟୁରରେ ଯିବାକୁ ଚାହୁଁଛନ୍ତି । ସେ ସବୁବେଳେ ଭାରତୀୟ ଷ୍ଟାରଙ୍କ ଭଲପାଇବା ଓ ତାଙ୍କୁ ସେମାନେ ଦେଉଥିବା ଗୁରୁତ୍ୱ ସମ୍ପର୍କରେ ଖୋଲାଖୋଲି କଥା ହୋଇ ଥାଆନ୍ତି । ସେ କୁହନ୍ତି ଭାରତ ସବୁବେଳେ ମୋ ହୃଦୟରେ ରହିଛି । ଏହି ସାକ୍ଷାତକାରରେ ସେ ପରବର୍ତ୍ତି ପର୍ଯ୍ୟାୟରେ ଯେଉଁ କଳାକାରଙ୍କୁ ଆଡଭେଞ୍ଚର ଶଫରରେ ନେବାକୁ ଚାହୁଁଛନ୍ତି ସେମାନଙ୍କ ନାମ ଉଲ୍ଲେଖ କରିଛନ୍ତି । ବେୟର କହିଛନ୍ତି ଏହାପରେ ସେ ବିରାଟ କୋହଲି ଓ ପ୍ରିୟଙ୍କା ଚୋପ୍ରାଙ୍କ ସହ ଆଡଭେଞ୍ଚର ମିଶନରେ ଯିବାକୁ ଚାହୁଁଛନ୍ତି । କୋହଲିଙ୍କୁ ନେଇ ବେୟର କହିଛନ୍ତି, ସେ ଜଣେ ଶେର ଦିଲ ଓ ଭଲ ମଣିଷ । ପ୍ରିୟଙ୍କାଙ୍କୁ ନେଇ ବେୟର କହିଛନ୍ତି , ପ୍ରିସିଙ୍କ କାହାଣି ଶୁଣିବାକୁ ଲୋକଙ୍କୁ ଭଲ ଲାଗିବ ।

Share