‘ସିଟାଡେଲ’ରେ ମେଲ ଆକ୍ଟରଙ୍କ ବରାବର ଫିଜ ନେଇଛନ୍ତି ପ୍ରିୟଙ୍କା, କହିଲେ ୨୨ ବର୍ଷ କ୍ୟାରିୟରରେ ପ୍ରଥମଥର…

ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଖୁବଶୀଘ୍ର ପ୍ରାଇମ ଭିଡିଓ ସିରିଜ ‘ସିଟାଡେଲ’ରେ ନଜର ଆସିବେ । ନିକଟରେ ଏହି ସିରିଜର ଟ୍ରେଲର ରିଲିଜ କରାଯାଇଥିଲା । ଟ୍ରେଲରରେ ପ୍ରିୟଙ୍କା ଜବରଦସ୍ତ ଆକ୍ସନ ସିକ୍ୱୋନ୍ସ କରୁଥିବା ନଜର ଆସିଥିଲା । ଅଭିନେତ୍ରୀ ତାଙ୍କର ଏହି ସିରିଜକୁ ନେଇ ଖୁବ୍ ଏକ୍ସାଇଟେଡ ଅଛନ୍ତି । ଏସବୁ ମଧ୍ୟରେ ପ୍ରିୟଙ୍କା କହିଛନ୍ତି ୨୨ ବର୍ଷର କ୍ୟାରିୟର ମଧ୍ୟରେ ପ୍ରଥମଥର ରୁସୋ ବ୍ରଦର୍ସଙ୍କ ନ୍ୟୁ ଆକ୍ସନ ଡ୍ରାମା ‘ସିଟାଡେଲ’ରେ ସମାନ ଫିଜ ମିଳିଛି । ସିରିଜରେ ରିଚର୍ଡ ମୈଡେନ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
ସାଉଥ ବାଇ ସାଉଥୱେଷ୍ଟ ଫିଲ୍ମ ଫେଷ୍ଟିଭାଲ(ଏସଏକ୍ସଏସଡବ୍ଲୁ ୨୦୨୩)ରେ ଆମେଜନ ଷ୍ଟୁଡିଓଜର ହେଡ ଜେନିପର ସଲ୍‌କେଙ୍କ ସହ ସାକ୍ଷାତକାର ସମୟରେ ପ୍ରିୟଙ୍କା ଚୋପ୍ରା କହିଛନ୍ତି, ମୁଁ ଏହା କହି ଅଡୁଆରେ ପଡିପାରେ, ଏହା ଏହି କଥା ଉପରେ ଡିପେଣ୍ଡ କରେ କି କିଏ ଦେଖୁଛି । ମୁଁ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ୨୨ ବର୍ଷ ହେବ କାମ କରୁଛି । ପ୍ରାୟ ୭୦ରୁ ଅଧିକ ମୁଭି ଓ ଦୁଇଟି ଟେଲିଭିଜନ ଶୋ କରିଛି । ହେଲେ ଯେତେବେଳେ ମୁଁ ସିଟାଡେଲ କଲି, ସେତେବେଳେ ମୋ କ୍ୟାରିୟରେ ପ୍ରଥମଥର ଲାଗି ପାରିଶ୍ରମିକରେ ସମାନତା ଦିଆଯାଇଥିଲା । ମୋତେ ଏହା ଉପରେ ହସ ଲାଗୁଛି, ଏହା ଏକ ପ୍ରକାର ପାଗଲପନ । ପିସି କହିଥିଲେ ମୋତେ ସବୁବେଳେ କମ ପାରିଶ୍ରମିକ ମିଳିଥାଏ, ହେଲେ ଯେତେ ସହଜ ଭାବେ ଅମେଜନ ଷ୍ଟୁଡିଓଜ କହିଥିଲା, ଏହା ହେଉଛି ତାହା ଯାହାର ଆପଣ ହକଦାର, ଆପଣ ଲିଡରେ ଅଛନ୍ତି-ଏହା ହେଉଛି ଫେୟାର ।
ସୂଚନାଯୋଗ୍ୟ, ଏହି ସିରିଜ ୨୮ ଏପ୍ରିଲ ୨୦୨୩ରେ ଅମେଜନ ପ୍ରାଇମ ଭିଡିଓରେ ଇଂରାଜି, ହିନ୍ଦୀ, ତାମିଲ, ତେଲଗୁ, ମାଲୟାଲମ ଓ କନ୍ନଡ ଭାଷାରେ ରିଲିଜ ହେବ ।

Share