୫ ଜଣଙ୍କୁ ପ୍ରେମ କରି ୧୦ ବର୍ଷ ସାନ ପୁରୁଷ ବନ୍ଧୁଙ୍କୁ ବିବାହ କରିଛନ୍ତି ପିସି

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ ପ୍ରେମ କାହାଣୀକୁ ନେଇ ବେଶ୍‌ ଚର୍ଚ୍ଚିତ। ୩୮ ବର୍ଷରେ ପଦାର୍ପଣ କରିଥିବା ପିସି ପାଖାପାଖି ୫ ଜଣଙ୍କଠାରୁ ମୁହଁ ଫେରାଇବା ପରେ ଶେଷରେ ନିଜଠାରୁ ୧୦ ବର୍ଷ ସାନ ପୁରୁଷ ବନ୍ଧୁଙ୍କୁ ଜୀବନସାଥି ଭାବେ ବାଛି ନେଇଛନ୍ତି। କୁହାଯାଏ ପିସି ବଲିଉଡ୍‌ ଆସିବା ପୂର୍ବରୁ ଅସିମ ମର୍ଚେଟଙ୍କୁ ପ୍ରେମ କରୁଥିଲେ। ହେଲେ ବଲିଉଡ୍‌ରେ ସଫଳତା ମିଳିବା ପରେ ସେ ଅସିମଙ୍କଠାରୁ ମୁହଁ ଫେରାଇ ନେଇଥିଲେ। ବଲିଉଡ୍‌ରେ ନିଜ ବୋଲ୍ଡ ଅନ୍ଦାଜରେ ଦର୍ଶକଙ୍କ ନିକଟତର ହୋଇଥିବା ଏହି ନାୟିକା ପଡିଗଲେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ପ୍ରେମରେ। ଏମିତିକି ଦୁହେଁ ଡେଟ୍‌ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଲା। ଆଉ ଏହା ଜଣାପଡିବା ପରେ କୁଆଡେ ଦିନେ ଅକ୍ଷୟଙ୍କ ପତ୍ନୀ ଟ୍ବିଙ୍କଲ ଖାନ୍ନା ପିସିଙ୍କୁ ଶୁଟିଂ ସେଟରେ ଚାପୁଡା ମାରିବାକୁ ଆସିଥିବା କୁହାଯାଏ। ଅକ୍ଷୟଙ୍କ ସହ ପିସିଙ୍କର କିଛି ହିଟ୍‌ ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିଥିଲା ବେଳେ ଏମାନଙ୍କ ପ୍ରେମ କାହାଣୀ କିନ୍ତୁ ବେଶି ଦିନ ତିଷ୍ଠି ପାରି ନ ଥିଲା। ଶେଷରେ ଦୁହେଁ ଅଲଗା ହୋଇଯାଇଥିଲେ। ସେତେବେଳେ କିନ୍ତୁ ଏମାନଙ୍କ ବୋଲ୍ଡ ଫଟୋ ଶୁଟ୍‌ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ଏତିକିରେ କିନ୍ତୁ ଥମି ନ ଥିଲା ପିସିଙ୍କ ପ୍ରେମ କାହାଣୀ। ଅକ୍ଷୟଙ୍କଠାରୁ ବ୍ରେକ୍‌ ପରେ ପିସି ହରମନ ବାଓ୍ବେଜାଙ୍କୁ ଡେଟ୍‌ କରିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ହରମନଙ୍କ କ୍ୟାରିୟରରେ ସେତେଟା ଉନ୍ନତି ନ ଆସିବାକୁ ପିସି ପୁଣିଥରେ ସେଠାରୁ ମୁହଁ ଫେରାଇ ନେଇ ଖୋଜୁଥିଲେ ଆଉ ଜଣେ ପ୍ରେମିକଙ୍କୁ। ଏହାପରେ ପ୍ରିୟଙ୍କାଙ୍କ ନାମ ବଲିଉଡ୍‌ ବାଦଶାହା ଶାହାରୁଖ ଖାଁଙ୍କ ସହ ଯୋଡି ହୋଇ ଯାଇଥିଲା। ଏହାପରେ ସାହିଦ କପୁର, ଗେରାର୍ଡ ବଟଲରଙ୍କ ସହ ମଧ୍ୟ ଯୋଡି ହୋଇଥିବା ପିସିଙ୍କ ପ୍ରେମ କାହାଣୀ। କିନ୍ତୁ ଏମାନେବି ପିସିଙ୍କ ପାଖରେ ବେଶି ସମୟ ରହି ପାରି ନ ଥିଲେ। ତେବେ ପିସି ତାଙ୍କ କ୍ୟାରିୟରରେ ସଫଳତା ପାଇବା ସହ ଧୀରେ ଧୀରେ ହଲିଉଡ୍‌ରେ ଏଣ୍ଟ୍ରି ମାରିଲେ। ଆଉ ଏଠି ଏଣ୍ଟ୍ରି କରିବା ପରେ ସେ ଆମେରିକୀୟ ସିଙ୍ଗର ନିକ୍‌ ଜୋନାସଙ୍କ ଉପରେ ଆଖି ପକାଇଲେ। ନିକ ତାଙ୍କଠାରୁ ୧୦ ବର୍ଷ ସାନ ହୋଇଥିଲେ ମଧ୍ୟ ଶେଷରେ ସେ ଏହି ଆମେରିକୀୟ ସିଙ୍ଗରଙ୍କୁ ନିଜର ଜୀବନସାଥି ବାଛି ନେଇଛନ୍ତି। ଏବେ ପିସି ଆମେରିକାରେ ସମୟ କାଟୁଛନ୍ତି।

Share