ଭାରତରେ ନିକ ନେମ ‘ନିକୁଆ’କୁ ଖୁବ ପସନ୍ଦ କରନ୍ତି ନିକ ଜୋନାସ

ମୁମ୍ବାଇ: ବଲିଉଡ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ନେଇ ଭାରତରେ ଖୁବ ଚର୍ଚ୍ଚା ହୋଇଥିଲା। ପିସି ଆମେରିକାନ ସିଙ୍ଗର ନିକ ଜୋନାସଙ୍କୁ ବିବାହ କରିଥିଲେ। ସେତେବେଳେ ନିକଙ୍କୁ ଭାରତରେ ସମସ୍ତେ ‘ନିକ ଜିଜୁ’ ବୋଲି ଡାକୁଥିଲେ। କେବଳ ସେତିକି ନୁହେଁ ଭାରତରେ ନିକଙ୍କର କିଛି ନିକ ନେମ ବି ଦିଆଯାଇଥିଲା। ନିକଟରେ ନିକ ଭାରତୀୟ ସଂସ୍କୃତି ଓ ଏହାର ଖାଦ୍ୟପାନୀୟକୁ ନେଇଏକ ଇଣ୍ଟରଭ୍ୟୁରେ ବହୁତ କଥା କହିଛନ୍ତି।
ନିକ କହିଛନ୍ତି ଯେତେବେଳେ ସେ ପ୍ରିୟଙ୍କାଙ୍କୁ ବିବାହ କଲେ ସେତେବେଳେ ତାଙ୍କ ସାଥିମାନେ ନିକଙ୍କୁ ଖରାପ ଶବ୍ଦ ସବୁ ଶିଖାଇଥିଲେ। କିଛି ଖରାପ ହିନ୍ଦି ମୁହାଓ୍ବରେ ମଧ୍ୟ ଶିଖାଇଥିଲେ।
ତେବେ ଭାରତରେ ନିକଙ୍କୁ ନିକ ଜିଜୁ ଡାକିଲେ ତାଙ୍କୁ ଭଲ ଲାଗିଥାଏ ବୋଲି ସେ କହିଛନ୍ତି। ରେଡ କାର୍ପେଟରେ ସବୁ ଫଟୋଗ୍ରାଫର ମୋତେ ଜିଜୁ ଡାକୁଥିଲେ। ହେଲେ ଯେତେବେଳେ ତାଙ୍କୁ ‘ଏ ନିକୁଆ’ ଡାକିଥିଲେ ତାହା ବି ତାଙ୍କୁ ଖୁସି ଲାଗିଥିଲା ବୋଲି ନିକ କହିଛନ୍ତି। ସେ କହିଛନ୍ତି ମୁଁ ଭାରତକୁ ଭଲପାଏ। କରୋନା ମହାମାରୀ ଯୋଗୁ କିଛିବର୍ଷ ପାଇଁ ମୁଁ ଭାରତ ଆସିପାରି ନ ଥିଲି। ବାସ୍ତବରେ ମୋର ଭାରତ ଯାତ୍ରା ଖୁବ ମଜାଦାର। ଏବେ ମୋ ପାଖରେ ଯେତିକିବି ପ୍ରଚଳିତ ନିକ ନେମ ରହିଛି ତାହା ମୋତେ ଖୁବ ଭଲଲାଗେ ବୋଲି ନିକ କହିଛନ୍ତି।
ଭାରତୀୟ ଖାଦ୍ୟରେ ନିକଙ୍କୁ ପନିର ବହୁତ ପସନ୍ଦ ବୋଲି ସେ କୁହନ୍ତି।

Share