ବୋଲ୍ଡ ଲୁକ୍‌ରେ ଦେଶୀ ଗର୍ଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦେଶୀଗର୍ଲ ଭାବରେ ଜଣାଶୁଣା ପ୍ରିୟଙ୍କାଙ୍କ ବୋଲ୍ଡ ଏବଂ ଗ୍ଲାମରସ୍‌ ଲୁକ୍‌ ଏବେ ଚର୍ଚ୍ଚାରେ।

ପିସି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ଅନେକ ସମୟରେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ବର୍ତ୍ତମାନ ପ୍ରିୟଙ୍କା ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ଦିନକୁ ଦିନ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରିୟଙ୍କା ତାଙ୍କର ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ଏକ ହଳଦିଆ ରଙ୍ଗର ବିକ୍‌ନୀ ପିନ୍ଧିଥିବା ନଜର ଆସିଛନ୍ତି। ଆଉ ଦୁଇଟି ଫଟୋରେ ଧଳା ଏବଂ ନାଲି ରଙ୍ଗର ବିକ୍‌୍‌ନୀ ପିନ୍ଧିଥିବା ଦେଖିବାକୁ ମିଳିଛି। ପ୍ରିୟଙ୍କା ତାଙ୍କ ବନ୍ଧୁମାନଙ୍କ ସହିତ ଜାହାଜରେ ବସିଥିବା ନଜର ଆସିଛନ୍ତି। ତାଙ୍କ ସହ ମା’ ମଧୁ ଚୋପ୍ରା ମଧ୍ୟ ଅଛନ୍ତି।

Share