ଇନଷ୍ଟାଗ୍ରାମରୁ ଗାଏବ ହୋଇଗଲେ ପ୍ରିୟଙ୍କା!

ମୁମାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ମଙ୍ଗଳବାର କିଛି ସମୟ ପାଇଁ ଗାଏବ ହୋଇ ଯାଇଛି । ଏହି ଖବର ଜଣାପଡିବା ପରେ ପ୍ରିୟଙ୍କାଙ୍କ ପ୍ରଶଂସକଙ୍କ ମନରେ କେବଳ ନିରାଶା ଭାବ ଦେଖାଯାଇଛି । ତେବେ ମଙ୍ଗଳବାର ହଠାତ୍ ପ୍ରିୟଙ୍କାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗାଏବ ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହେଲେ ଏହାର କିଛି ସମୟ ପରେ ପିସିଙ୍କ ଟିମ ପକ୍ଷରୁ ପ୍ରଶଂସକଙ୍କ କନଫ୍ୟୁଜନ ଦୂର କରିବାକୁ ସୂଚନା ଦିଆଯାଇଥିଲା କି ପ୍ରିୟଙ୍କାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ କିଛି ସମୟ ପାଇଁ ଡାଉନ ହୋଇଯାଇଥିଲା, ଏବେ ଏହାକୁ ରିଷ୍ଟୋର କରାଯାଉଛି । ଆଉ ଏହା ଜାଣିବା ପରେ ପ୍ରିୟଙ୍କାଙ୍କ ପ୍ରଶଂସକ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିଲେ ।
ପ୍ରିୟଙ୍କା ତାଙ୍କ ଅଭିନୟ ବଳରେ ଦର୍ଶକଙ୍କ ନିକଟତର ହୋଇ ପାରିଥିବା ବେଳେ ଇନଷ୍ଟାଗ୍ରାମରେ ରହିଛନ୍ତି ତାଙ୍କର ୮୦ ମିଲିୟନ ଫଲୋୟର୍ସ । ସେ କେବଳ ଦେଶ ନୁହେଁ ବିଦେଶରେ ଜଣେ ବେଶ୍ ପରିଚିତ ଚେହେରା । ପିସି ସବୁବେଳେ ଇନଷ୍ଟାଗ୍ରାମ ମାଧ୍ୟମରେ ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫ ବିଷୟରେ ଶେୟାର କରୁଥିବାରୁ ପ୍ରଶଂସକ ତାଙ୍କୁ ଖୁବ୍ ପ୍ରଶଂସା କରନ୍ତି । ଖୁବଶୀଘ୍ର ପିସି ମୁଭି ‘ଜି ଲେ ଜରା’ରେ ନଜର ଆସିବେ ।

Share