ମୁମ୍ବାଇ: ବ୍ରିଟେନରେ କରୋନା ଖୁବ୍ ତୀବ୍ର ବେଗରେ ମାଡ଼ି ଚାଲିଛି। ଏହି ନୂଆ ଭାଇରସ୍ଟି ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଏଭଳି ଖରାପ ପରିସ୍ଥିତିକୁ ରୋକିବା ପାଇଁ ସେଠାରେ ଲକ୍ଡାଉନ କରାଯାଇଛି। ଏପରିକି ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯେଉଁଥିପାଇଁ ପ୍ରିୟଙ୍କା ଚୋପ୍ରା ଲଣ୍ଡନରେ ଫସି ରହିଛନ୍ତି।
ନଭେମ୍ବରରୁ ପ୍ରିୟଙ୍କା ଚୋପ୍ରା ତାଙ୍କର ଫିଲ୍ମ ‘ହଲିଉଡ ରୋମାଣ୍ଟିକ ଡ୍ରାମା’ ଶୁଟିଂ କରୁଥିଲେ। ଏଭଳି ପରିସ୍ଥିତିରେ ପ୍ରିୟଙ୍କା ତାଙ୍କ ପୂରା ୟୁନିଟ୍ ସହିତ ଅଟକି ରହିଛନ୍ତି।
ବର୍ତ୍ତମାନ ବ୍ରିଟେନ ସରକାର ଲଗାଇଥିବା ଲକ୍ଡାଉନକୁ ଦୃଷ୍ଟିରେ ରଖି ଫିଲ୍ମର ଟିମ୍ ଆମେରିକା ଫେରିବା ପାଇଁ ବ୍ୟବସ୍ଥା କରୁଛି। ନିର୍ମାତାମାନେ ନିର୍ଦ୍ଦିଷ୍ଟ ଭାବରେ ପୂରା ୟୁନିଟ୍ ପଠାଇବାକୁ ଅନୁମତି ମାଗୁଛନ୍ତି। କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରିୟଙ୍କା ଏବଂ ତାଙ୍କ ଫିଲ୍ମ ୟୁନିଟ୍କୁ କିଛିଦିନ ପାଇଁ ବ୍ରିଟେନରେ ରହିବାକୁ ପଡ଼ିବ ବୋଲି ଜଣାପଡ଼ିଛି।