ଭାଇରାଲ ହେଉଛି ପ୍ରିୟଙ୍କାଙ୍କ କାର୍ ସେଲ୍ଫି

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପୁଣି ଚର୍ଚ୍ଚାରେ । ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ଫଟୋଟି ତାଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । ଏବେ ପ୍ରିୟଙ୍କା ହଲିଉଡ୍ ଫିଲ୍ମର ଶୁଟିଂ ପାଇଁ ଗତ ପ୍ରାୟ ୧ ବର୍ଷ ହେବ ଲଣ୍ଡନରେ ଅଛନ୍ତି । ସେଠାରେ ସେ ‘ସିଟାଡେଲ’ ଫିଲ୍ମର ଶୁଟିଂ କରୁଛନ୍ତି । ମଝିରେ ମଝିରେ ସେ ଶୁଟିଂ ସେଟ୍‌ର ଫଟୋ ପୋଷ୍ଟ କରି ପ୍ରଶଂସକଙ୍କ ନିକଟତର ହେଉଛନ୍ତି । ଆଉ ଏବେ ସେ ଯେଉଁ ଫଟୋଟି ପୋଷ୍ଟ କରିଛନ୍ତି ତାହା ଏକ ସେଲ୍ଫି । କାର୍ ସେଲ୍ଫି ଫଟୋ ପୋଷ୍ଟ କରିବା ପରେ ଏହା ଏବେ ଭାଇରାଲ ହୋଇଛି । ଏହି କାରଫି ଫଟୋ ସହ ପ୍ରିୟଙ୍କା କ୍ୟାପଶନରେ ଲେଖିଛନ୍ତି କେବେଠାରୁ କାର୍ ସେଲ୍ଫି ନେଇ ପାରି ନ ଥିଲି । ଏବେ ସିଟାଡେଲ ସେଟ୍‌ରୁ । ପିସିଙ୍କ ଏହି ଫଟୋ ଦେଖି ତାଙ୍କ ସ୍ୱାମୀ ନିକ୍ ଜୋନସ୍ ହାର୍ଟ ଇମୋଜି ସହ କମେଣ୍ଟ କରିଛନ୍ତି । ଅସଲରେ ପ୍ରିୟଙ୍କା ଓ ନିକଙ୍କ ପ୍ରେମ ସମ୍ପର୍କ ଖୁବ୍ ନିବିଡ ବୋଲି ଚର୍ଚ୍ଚା ହୋଇଥାଏ । ଉଭୟ ପରସ୍ପରକୁ ଖୁବ୍ ଭଲ ପାଆନ୍ତି ।

Share