ଝିଅ ସହ ଛୁଟି କାଟୁଛନ୍ତି ପିସି

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଅଭିନୟରେ ଜଲଓ୍ବା ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ପ୍ରିୟଙ୍କା ଅନେକ ହଲିଉଡ ପ୍ରୋଜେକ୍ଟରେ ଅଭିନୟ କରିଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ୍‌। ପ୍ରତିଦିନ ପ୍ରଶଂସକଙ୍କ ସହ ନିଜ ସହ ଜଡିତ ସମସ୍ତ ପ୍ରକାରର ଅପଡେଟ ଶେୟାର କରନ୍ତି। ଏବେ ପ୍ରିୟଙ୍କା ଶୁଟିଂରୁ ବିରତି ନେଇ ଝିଅ ମାଳତୀଙ୍କ ସହ ଛୁଟି କାଟୁଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଛୁଟି କାଟୁଥିବା ବେଳର ୨ଟି ଫଟୋ ସେ ଶେୟାର କରିଛନ୍ତି। ଗୋଟିଏ ଫଟୋରେ ସେ ଝିଅକୁ କୋଳରେ ଧରିଥିବାବେଳେ ଅନ୍ୟ ଏକ ଫଟୋରେ ଝିଅର ପାଦ ତାଙ୍କ ମୁହଁ ଉପରେ ରହିଛି। ଏହି ଫଟୋ ଶେୟାର କରି ପ୍ରିୟଙ୍କା ଲେଖିଛନ୍ତି, ପ୍ରେମ ପରି କିଛି ନାହିଁ।
ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ଚଳିତ ବର୍ଷ ଜାନୁୟାରୀରେ ସରୋଗେସି ମାଧ୍ୟମରେ ମାତାପିତା ହୋଇଛନ୍ତି। ଉଭୟ ୨୦୧୮ରେ ଯୋଧପୁରର ବିବାହ କରିଥିଲେ।
ପ୍ରିୟଙ୍କା ଚୋପ୍ରା ଖୁବ ଶୀଘ୍ର ହଲିଉଡ ଫିଲ୍ମ ‘ଇଟସ ଅଲ କମ ବ୍ୟାକ ଟୁ ମି’ରେ ନଜର ଆସିବେ। ଏଥିସହ ତାଙ୍କୁ ଖୁବଶୀଘ୍ର ବଲିଉଡ ୱେବ ସିରିଜ ସିଟାଡେଲରେ ଦେଖିବାକୁ ମିଳିବ। ଏହାର ଶୁଟିଂ ସେ ଶେଷ କରିଛନ୍ତି।

Share