ନୂଆ କେରର୍ଡ କଲେ ପ୍ରିୟଙ୍କା ଚୋପ୍ରା

ବଲିଉଡରୁ ହଲିଉଡ୍‌କୁ ଜମ୍ପ୍‌ ମାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି। ସାରା ବିଶ୍ୱରେ ପ୍ରିୟଙ୍କା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ହପର୍‌ ଇନଷ୍ଟାଗ୍ରାମ ରିଚ ଲିଷ୍ଟ ୨୦୨୧ ଅନୁଯାୟୀ ପ୍ରିୟଙ୍କା ୨୭ତମ ସ୍ଥାନ ହାସଲ କରିଛନ୍ତି। ସେ ଭାରତୀୟ ମନୋରଞ୍ଜନ ଜଗତର ଏକମାତ୍ର ତାରକା ଯିଏକି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏବେ ସେ ଆଉ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ପ୍ରିୟଙ୍କା ଭାରତୀୟ ମନୋରଞ୍ଜନ ଜଗତର ପ୍ରଥମ ତାରକା, ଯାହାଙ୍କୁ ଇନଷ୍ଟାଗ୍ରାମରେ ୬୫ ମିଲିୟନରୁ ଅଧିକ ଲୋକ ଫଲୋ କରୁଛନ୍ତି। ପ୍ରିୟଙ୍କା ଚୋପ୍ରା କରୀନା କପୁର ଖାନ, ଦୀପିକା ପାଦୁକୋନ ଏବଂ ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ପରି ତାରକାଙ୍କୁ ପଛରେ ପକାଇ ଏହି କୃତିତ୍ୱ ହାସଲ କରିଛନ୍ତି। ତାଙ୍କ ପରେ ଶ୍ରଦ୍ଧା କପୁର ଦ୍ୱିତୀୟ ସ୍ଥାନରେ ଅଛନ୍ତି, ତାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପାଖାପାଖି ୬୩ ମିଲିୟନ୍‌ ଲୋକ ଫଲୋ କରୁଛନ୍ତି। ଏଥି ସହିତ, ୫୭.୫ ନିୟୁତ ଲୋକ ଦୀପିକା ପାଦୁକୋନଙ୍କୁ, ଆଲିଆ ଭଟ୍ଟଙ୍କୁ ୫୩.୯ ମିଲିୟନ ଲୋକ, ଅକ୍ଷୟ କୁମାରଙ୍କୁ ୫୧ ମିଲିୟନ ଲୋକ ଫଲୋ କରନ୍ତି।
କିନ୍ତୁ ଏହି ପ୍ରସଙ୍ଗରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପ୍ରିୟଙ୍କାଙ୍କଠାରୁ ବହୁତ ଆଗରେ ଅଛନ୍ତି। ୧୩୩ ମିଲିୟନ୍‌ ଲୋକ ଇନଷ୍ଟାଗ୍ରାମରେ ବିରାଟଙ୍କୁ ଅନୁସରଣ କରନ୍ତି। ଇନଷ୍ଟାଗ୍ରାମର ରିଚ ଲିଷ୍ଟରେ ବିରାଟ କୋହଲି ଏକମାତ୍ର ଭାରତୀୟ, ଯିଏ ପ୍ରିୟଙ୍କା ଚୋପ୍ରାଙ୍କଠାରୁ ଅଧିକ ରୋଜଗାର କରନ୍ତି। ସେ ତାଙ୍କର ଗୋଟିଏ ପୋଷ୍ଟ ପାଇଁ ତିନି କୋଟି ଟଙ୍କା ଆଦାୟ କରନ୍ତି। ଅନ୍ୟପକ୍ଷରେ, ବିରାଟ କୋହଲି ଗୋଟିଏ ପୋଷ୍ଟ ପାଇଁ ୫ କୋଟି ଟଙ୍କା ନିଅନ୍ତି।

Share