୧୨ ଘଣ୍ଟାରେ ନୂଆ ରେକର୍ଡ ସୃଷ୍ଟି କଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ୍‌ ଅଭିନେତ୍ରୀ ତଥା ଗ୍ଲୋବାଲ ଆଇକ୍‌ ପ୍ରିୟଙ୍କା ଚୋପ୍ରା ସଫଳତାର ଆଉ ପାଦେ ଆଗରେ ପହଞ୍ଚିଛନ୍ତି। ଅଭିନୟ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ଏହି ଦେଶୀଗର୍ଲ ଲେଖା ଜଗତରେ ପଧ୍ୟ ପଛରେ ପଡ଼ି ନାହାନ୍ତି। ପ୍ରିୟଙ୍କାଙ୍କର ପ୍ରଥମ ପୁସ୍ତକ ‘ଅନ୍‌ଫିନିଶ୍‌ଡ’ ରିଲିଜ୍‌ ହୋଇଛି। ମାତ୍ର ୧୨ ଘଣ୍ଟା ମଧ୍ୟରେ ଏହା ଆମେରିକାରେ ସବୁଠାରୁ ଅଧିକ ବିକ୍ରି ହୋଇପାରିଛି। ଏହି ସଫଳତାକୁ ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି।
ପ୍ରିୟଙ୍କା ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ପୁସ୍ତକ ସବୁଠାରୁ ଅଧିକ ବିକ୍ରି ହେବା ବିଷୟରେ ସୂଚନା ଦେଇଛନ୍ତି। ଆମେରିକାର ଶ୍ରେଷ୍ଠ ୧୦ଟି ପୁସ୍ତକରେ ଲେଖାଯାଇଛି ଯେ, ଗଚ ୨୪ ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ବିକ୍ରି ହୋଇଥିବା ପୁସ୍ତକ ପ୍ରିୟଙ୍କା ଚୋପ୍ରା ଜୋନସ୍‌ଙ୍କ ‘ଅନଫିନିଶ୍‌ଡ’। ଏଥିରେ କୃତଜ୍ଞତା ଜଣାଇ ପ୍ରିୟଙ୍କା ଲେଖିଛନ୍ତି, ଗତ ୧୨ ଘଣ୍ଟା ମଧ୍ୟରେ ଯେଉଁମାନେ ଆମକୁ ନଂ. ୧ ସ୍ଥାନକୁ ଆଣିଛନ୍ତି ସମସ୍ତଙ୍କୁ ଧନ୍ୟବାନ। ଆଶା କରିଛି ସମସ୍ତଙ୍କୁ ଏହି ପୁସ୍ତକ ପସନ୍ଦ ପସନ୍ଦ ଆସିବ ବୋଲି ସେ ଲେଖିଛନ୍ତି।
ପ୍ରିୟଙ୍କା ଏହି ପୁସ୍ତକରେ ନିଜ ଜୀବନର ପ୍ରତ୍ୟେକ ଛୋଟ ଏବଂ ବଡ଼ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି।

Share