ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ଅନେକ ସମୟରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ଏବେ ସେ ହଲିଉଡ ମୁଭି ପାଇଁ ବ୍ୟସ୍ତଥିବା ବେଳେ ସୋସିଆଲ ମିଡିଆରେ କିନ୍ତୁ ଖୁବ୍ ଆକ୍ଟିଭ ଏହି ଅଭିନେତ୍ରୀ । ଅନେକ ସମୟରେ ସେ ତାଙ୍କର ଭିନ୍ନ ଭିନ୍ନ ଫଟୋ ଓ ଭିଡିଓ ଶେୟାର କରି ଦର୍ଶକଙ୍କ ନିକଟତର ହୋଇଥାଆନ୍ତି । ନିକଟରେ ସେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହା ସୋସିଆଲ ମିଡିଆର ତାପମାତ୍ରାକୁ ବଢାଇ ଦେଇଛି । ବ୍ଲାକ ଆଉଟ ଫିଟରେ ଖୁବ୍ ସନ୍ଦର ଲାଗୁଛନ୍ତି ପିସି । ସେ ଏକ ବ୍ଲାକ କଲର ଲଙ୍ଗ ଜ୍ୟାକେଟ ପିନ୍ଧିଥିବା ବେଳେ ଟାଇଗର ପ୍ରିଣ୍ଟର ଏକ ସ୍କ୍ରାର୍ଫ ବେକରେ ପିନ୍ଧିଛନ୍ତି । ଆଉ ନିଜେ ଯେମିତି ଟାଇଗ୍ରେସ୍ ଭଳି ଲାଗୁଛନ୍ତି । ଏହାସହ ସେ ଏକ ଗ୍ଲାସ ପଛପଟେ ଠିଆ ହେବା ସହ ଉପରକୁ ଅନାଇ ଯେମିତି କିଛି ଦେଖୁଥିବା ଭଳି ପୋଜରେ ଅଛନ୍ତି ଏହି ନାୟିକା । ତାଙ୍କ କାନରେ ବଡ ବଡ ଗୋଲଡେନ ବଳା ବା ରିଂ ଥିବା ବେଳେ ଏହାକୁ ସେ ହାଇବନ ହେୟାର ଷ୍ଟାଇଲ ସହ କମ୍ପ୍ଲିଟ କରିଛନ୍ତି । ପିସିଙ୍କର ଏହି ଲୁକ୍ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି । ମାତ୍ର କେଇ ଘଣ୍ଟା ମଧ୍ୟରେ ଏହି ଫଟୋରେ ସାଢେ ୪ ଲକ୍ଷ ଲାଇକ୍ସ ମିଳିଥିବା ବେଳେ ଅନେକ ପ୍ରଶଂସକ ରେଡ ହାର୍ଟ ଓ ଫାୟାର ଇମୋଜି ଶେୟାର କରିଥିବା ଦେଖାଯାଇଛି ।