ନିକଙ୍କ ଜେରକ୍ସ କପି ହେଉଛନ୍ତି ମାଳତି

ମୁମ୍ବାଇ: ଆମ ଆଦମୀ ପାର୍ଟିର ବିଧାୟକ ରାଘବ ଚଢା ଓ ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ବିବାହ ଖବର ମଧ୍ୟରେ ଭାରତ ପହଞ୍ଚିଛନ୍ତି ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପରିବାର । ଶୁକ୍ରବାର ପ୍ରିୟଙ୍କା ପତି ନିକ ଜୋନସ ଓ ଝିଅ ମାଳତି ମୈରି ୋପ୍ରା ଜୋନସଙ୍କ ସହ ମୁମ୍ବାଇ ବିମାନ ବନ୍ଦରରେ ସ୍ପଟ ହୋଇଛନ୍ତି । କପଲଙ୍କର କିଛି ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଖାସ କଥା ହେଉଛି ପିସି ଓ ନିକ ପ୍ରଥମଥର ଲାଗି ଝିଅ ମାଳତିଙ୍କ ଚେହେରା ପବ୍ଲିକଲି ଦେଖାଇଛନ୍ତି ।

ଫଟୋରେ ଯାହା ଦେଖାଯାଇଛି ମାଳତି ତାଙ୍କ ପିତା ନିକଙ୍କ ପରି ଦେଖାଯାଉଛନ୍ତି । କେହି କେହି କହୁଛନ୍ତି ମାଳତି ହେଉଛନ୍ତି ନିକଙ୍କ କାର୍ବନ କପି । ଏୟାରପୋର୍ଟରେ ପିସି ଝିଅ ମାଳତିଙ୍କୁ କୋଳରେ ଧରି ପ୍ୟାପରାଜିଙ୍କୁ ଫଟୋ ପୋଜ ଦେଇଥିବା ଦେଖାଯାଇଛି । ଏହି ସମୟରେ ପ୍ରିୟଙ୍କା ପିଙ୍କ କଲର ଡ୍ରେସ ପିନ୍ଧିଥିବା ବେଳେ ମାଳତି ଓ ତାଙ୍କ ପିତା ନିକ ଗ୍ରେ କଲର ଆଉଟ ଫିଟରେ ନଜର ଆସିଛନ୍ତି । ପିସି ତାଙ୍କ ପୂରା ଫ୍ୟାମିଲି ସହ ଫଟୋ କ୍ଲିକ କରିଛନ୍ତି ।
ଜନ୍ମ ପରେ ମାଳତି ମୈରି ଚୋପ୍ରା ଜୋନସ ପ୍ରଥମଥର ଭାରତ ଆସିଛନ୍ତି । ଏହା ପୂର୍ବରୁ ଚଳିତ ବର୍ଷ ଜାନୁୟାରୀରେ ଲସ ଆଞ୍ଜେଲସରୁ ଏକ ଭଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ମାଳତିଙ୍କ ଚେହେରା ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ, ୨୦୨୨ ଜାନୁୟାରୀରେ ସରୋଗେସି ମାଧ୍ୟମରେ ମାଳତିଙ୍କର ଜନ୍ମ ହୋଇଛି । ଝିଅ ଜନ୍ମ ହେବା ପରଠାରୁ ପିସି ଓ ନିକ ପ୍ରାୟ ସବୁ ସମୟରେ ଝିଅର ଫଟୋ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି ।

Share