ଝିଅ ଜନ୍ମ ପରେ ପ୍ରଥମ ଥର ଡେଟ୍‌ରେ ପ୍ରିୟଙ୍କା-ନିକ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ତାଙ୍କ ଝିଅ ଜନ୍ମ ହେବା ପରେ ପ୍ରଥମ ଥର ଡେଟ୍‌ରେ ଯାଇଛନ୍ତି। ଉଭୟ ମାଲିବୁର ଏକ ରେଷ୍ଟୁରାଣ୍ଟରେ ରୋମାଣ୍ଟିକ ଡିନର କରିଥିଲେ। ସେମାନଙ୍କ ଝିଅ ଗତ ମାସରେ ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିଲେ । ଝିଅକୁ ସ୍ବାଗତ କରିବା ପରେ ଦୁହେଁ ପ୍ରଥମ ଥର ପାଇଁ ଡେଟ୍‌ରେ ଯାଇଥିଲେ। ଦୁହେଁ ଏକାଠି ବହୁତ ଖୁସି ଏବଂ ସୁନ୍ଦର ଦେଖାଯାଉଥିଲେ ।
ପ୍ରିୟଙ୍କା ଶର୍ଟ ଏବଂ ଜିନ୍ସ ପିନ୍ଧିଥିବାବେଳେ ନିକ ଏକ ଜ୍ୟାକେଟ୍‌ ଏବଂ ଜିନ୍ସ ପିନ୍ଧିଥିଲେ। ରେଷ୍ଟୁରାଣ୍ଟ ଛାଡିବା ସମୟରେ ଦୁହେଁ ଏକାଠି ହାତ ଧରିଥିବାର ନଜର ଆସିଥିଲେ। ଏଥିରେ ତାଙ୍କର ଅନେକ ପ୍ରଶଂସକ ପ୍ରତିକ୍ରିୟା ଦେଇଛନ୍ତି।

Share