ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଆସିଲେ ନୂଆ ଅତିଥି, ଫଟୋ ଶେୟାର କରି ଜଣାଇଲେ ପ୍ରଶଂସକଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଏବେ ନୂଆ ଅତିଥି ଆସିଛନ୍ତି। ଏନେଇ ପ୍ରିୟଙ୍କା ଫଟୋ ଶେୟାର କରି ତାଙ୍କ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ଅସଲ କଥା ହେଲା ପୂର୍ବରୁ ପ୍ରିୟଙ୍କାଙ୍କର ଦୁଇଟି କୁକୁର ଜିନୋ ଏବଂ ଡାଏନା ଥିଲେ। ବର୍ତ୍ତମାନ ସେ ପାଣ୍ଡାକୁ ଘରକୁ ଆଣିଛନ୍ତି। ପ୍ରିୟଙ୍କା ନିକ୍‌ ଏବଂ ତାଙ୍କର ସମସ୍ତ କୁକୁରଙ୍କ ସହ ଏକ ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ଏହା ଆମ ନୂଆ ପରିବାରର ଫଟୋ। ଆମେ କିଛି ସପ୍ତାହ ପୂର୍ବରୁ ଏହି ଛୁଟ୍‌କୁ‌କୁ ଗ୍ରହଣ କରିଥିଲୁ। ଯାହା ଦୀର୍ଘଦିନ ଧରି ରହିବ। ଆମେ ଠିକ୍‌ରେ ଜାଣିନାହୁଁ କିନ୍ତୁ ଏହା ହସ୍କି ଏବଂ ଅଷ୍ଟ୍ରେଲିିଆ ଶେପାର୍ଡର ମିଶ୍ରଣ ବୋଲି ମନେ ହୁଏ। ତା’ ଆଖି ଏବଂ କାନକୁ ଦେଖ।

ବର୍ତ୍ତମାନ ପ୍ରିୟଙ୍କାଙ୍କ ନିକଟରେ ତିନୋଟି କୁକୁର ଅଛନ୍ତି। ପ୍ରଥମଟି ହେଉଛି ଡାଏନା, ଯାହା ଆମେରିକାରୁ ପ୍ରିୟଙ୍କା ଗ୍ରହଣ କରିଥିଲେ। ଦ୍ୱିତୀୟଟି ଜର୍ମାନ ଶେପାର୍ଡ କୁକୁର ଜିନୋ, ଯାହାକୁ ପ୍ରିୟଙ୍କା ନିକ୍‌ ଜୋନାସ୍‌ଙ୍କ ୨୬ ତମ ଜନ୍ମଦିନ ଉପହାର ଭାବରେ ଆଣିଥିଲେ। ବର୍ତ୍ତମାନ ପାଣ୍ଡା। ପ୍ରିୟଙ୍କା ଏବଂ ନିକ୍‌ ପାଣ୍ଡାଙ୍କୁ ହଲିଉଡ୍‌ ହସ୍କିରୁ ଗ୍ରହଣ କରିଛନ୍ତି। ଏହି ସଂସ୍ଥା ହସ୍କି ଏବଂ ମିକ୍ସ ବ୍ରିଡ୍‌ର କୁକୁରମାନଙ୍କୁ ବଞ୍ଚାଇବା ପାଇଁ କାର୍ଯ୍ୟ କରୁଛି। ପ୍ରିୟଙ୍କା ମଧ୍ୟ ତାଙ୍କ ପୋଷ୍ଟରେ ଏହି ସଂସ୍ଥାକୁ ଟ୍ୟାଗ୍‌ କରିଛନ୍ତି।

Share