ନିକ୍‌ଙ୍କ ସହ ଲଙ୍ଗ୍‌ ଡ୍ରାଇଭ୍‌ରେ ବାହାରିଲେ ପ୍ରିୟଙ୍କା

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ୍‌ ଜୋନାସ ପ୍ରଶଂସକଙ୍କର ଅତି ପ୍ରିୟ ଦମ୍ପତି। ସୋସିଆଲ ମିଡିଆରେ ଉଭୟଙ୍କ ଭିଡିଓ ଏବଂ ଫଟୋ ଖୁବ୍‌ ଭାଇରାଲ ହୋଇଥାଏ। ପ୍ରିୟଙ୍କା ଅନେକ ସମୟରେ ନିକ୍‌ଙ୍କ ସହ ତାଙ୍କର ଫଟୋ ଶେୟାର କରିଥାନ୍ତି। ନିକଟରେ ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ନିକ ଏବଂ ନିଜର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ଉଭୟ ଖୋଲା କାର୍‌ରେ ମଜାର ସହ ବୁଲୁଥିବା ଦେଖିବାକୁ ମିଳିଛି। ଏଥିରେ ପ୍ରିୟଙ୍କା କ୍ୟାପଶନ ଦେଇଛନ୍ତି, ‘ମମି ପାପାଙ୍କ ଡେ ଆଉଟ’।

ଭିଡିଓରେ ପ୍ରିୟଙ୍କା ବହୁତ ଖୁସି ଦେଖାଯାଉଛନ୍ତି। ନିକ୍‌ ଡ୍ରାଇଭିଂ କରୁଥିବା ଏବଂ ବ୍ୟାକ୍‌ଗ୍ରାଉଣ୍ଡରେ ସ୍ଲୋ ମୋଶନ ଗୀତ ବାଜୁଥିବା ଶୁଣିବାକୁ ମିଳିଛି। ପ୍ରିୟଙ୍କା ଯେତେବେଳେ କ୍ୟାମେରା ନିକ୍‌ଙ୍କ ଆଡ଼କୁ ନିଅନ୍ତି ସେତେବେଳେ ନିକ୍‌ ମଧ୍ୟ ଏକ ଲୁକ୍‌ ଦେଉଥିବାର ନଜର ଆସିଛନ୍ତି।

Share