ସ୍ବାମୀ, ଝିଅଙ୍କ ସହ ସମୁଦ୍ରକୂଳରେ ବୁଲୁଛନ୍ତି ଦେଶୀଗର୍ଲ

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ସେ ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସୋସିଆଲ ମିଡିଆରେ ତାଙ୍କର ଫଟୋଗୁଡ଼ିକ ଶେୟାର କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ପ୍ରିୟଙ୍କାଙ୍କ ଫଟୋ ଦେଖିବା ପାଇଁ ଚାହିଁ ରହିଥାନ୍ତି। ଏବେ ପ୍ରିୟଙ୍କା ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ସ୍ବାମୀ ନିକ୍‌ ଜୋନାସ ଏବଂ ଝିଅ ମାଳତୀ ସହ ନଜର ଆସିଛନ୍ତି। ଏମାନେ ସମସ୍ତେ ସମୁଦ୍ର କୂଳରେ ମଜା କରୁଥିବା ଦେଖିବାକୁ ମିଳିଛି। ମାଳତୀଙ୍କ ସହ ପ୍ରିୟଙ୍କାଙ୍କ ଫଟୋ ବେଶ୍‌ ସୁନ୍ଦର ଦେଖାଯାଉଛି।
କହିରଖୁଛୁ, ପ୍ରିୟଙ୍କା ଝିଅ ମାଳତୀର ସମ୍ପୂର୍ଣ୍ଣ ଚେହେରା ଆଜି ପର୍ଯ୍ୟନ୍ତ ଦେଖାଇ ନାହାନ୍ତି। କିନ୍ତୁ ସବୁବେଳେ ଝିଅର ଫଟୋ ଶେୟାର କରୁଛନ୍ତି। ତେବେ ଦେଖାଯାଉ ସେ କେବେ ପ୍ରଶଂସକଙ୍କୁ ଝିଅର ମୁହଁ ଦେଖାଉଛନ୍ତି।

Share