ପ୍ରଥମ ଥର ଲାଗି ମୁହଁ ଖୋଲିଲେ

ବମ୍ବେ: ସରୋଗେସୀ ଜରିଆରେ ମା’ ହେବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏହାକୁ ଅନେକ ଦିନ ବିତିଥିବା ବେଳେ ପିସି ନିରବ ରହିଆସୁଥିଲେ। ହେଲେ ଏବେ ସେ ମା’ ହେବା ପରର ଅନୁଭୂତିକୁ ସମସ୍ତଙ୍କ ସହ ବାଣ୍ଟିଛନ୍ତି।

ୟୁଟ୍ୟୁବ୍‌ ସେନ୍‌ସେଶନ୍‌ ଲିଲି ସିଂହଙ୍କ ସହ ନିଜର ସାକ୍ଷାତକାରରେ ପ୍ରିୟଙ୍କା କହିଛନ୍ତି ମନ କଥା। ନିକ୍‌ ଆଉ ସେ ନୂଆ ନୂଆ ପିତାମାତା ହୋଇଛନ୍ତି। ହେଲେ ସେ ନିଜର ଇଚ୍ଛା, ଡର ଏବଂ ସଂସ୍କାର ପିଲା ଉପରେ ଲଦି ଦେବାକୁ ଚାହାନ୍ତି ନାହିଁ। କାରଣ ପିଲାଟିଏ ଜଣଙ୍କ ମାଧ୍ୟମରେ ଦୁନିଆଁକୁ ଆସିଥାଏ, ଜଣଙ୍କଠାରୁ ନୁହେଁ ବୋଲି ସେ ବିଶ୍ୱାସ କରନ୍ତି। ତାଙ୍କ ପିଲା ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ବୋଲି ପିସି କହିଛନ୍ତି। ହେଲେ ସେ ଏଯାଏ ତାର ନାଁ କ’ଣ ରଖିବେ ସ୍ଥିର କରି ନାହାନ୍ତି।

ଏହାଛଡ଼ା ପରିବାରଲୋକେ ସନ୍ତାନକୁ ନେଇ ଖୁସି ଥିବା ପ୍ରିୟଙ୍କା କହିଛନ୍ତି। ମା’ ମଧୁ ଚୋପ୍ରା ଆଈ ହୋଇଥିବାରୁ ସବୁବେଳେ ନାତୁଣୀ କଥା ବୁଝୁଛନ୍ତି। ଏସବୁ ଦେଖି ବେଶ ଖୁସି ଥିବା ପିସି କହିଛନ୍ତି।

Share