ନିକଙ୍କୁ ପ୍ରଶଂସା କଲେ ପିସି

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ପତି ନିକ ଜୋନାସଙ୍କ ସହ ଏକ ସ୍ପେଶାଲ ବଣ୍ଡ ସେୟାର କରନ୍ତି। ଏହାର ପ୍ରମାଣ ତାଙ୍କ ଫଟୋ ଓ ଭିଡିଓରୁ ମିଳିଯାଇଥାଏ। ନିକଟରେ ପିସି ତାଙ୍କ ପତି ନିକ ଜୋନାସଙ୍କର ଖୁବ ପ୍ରଶଂସା କରିଛନ୍ତି, ଆଉ କହିଛନ୍ତି ତାଙ୍କ ଝିଅ ମାଳତି ମେରି ଚେପ୍ରା ଜୋନାସ ଓ ସେ ନିକଙ୍କୁ ପାଇ ବହୁତ ଭାଗ୍ୟଶାଳୀ। ରବିବାର ଇନଷ୍ଟାଗ୍ରାମରେ ପିସି ନିକଙ୍କର ନ୍ୟୁୟର୍କ କନସର୍ଟର କିଛି ଫଟୋ ପୋଷ୍ଟ କରିଛନ୍ତି। ନିକ ମଧ୍ୟ ପିସି ଓ ଝିଅ ମାତଳିଙ୍କର କିଛି ଫଟୋ ଶେୟାର କରିଛନ୍ତି।

ଅନେକ ଫଟୋରେ ଅଭିନେତ୍ରୀ ନିକଙ୍କ ସହ ଭିନ୍ନ ପୋଜ ଦେଇଥିଲେ। ଫଟୋରେ ସେ ହିଲ ସହିତ ଏକ କଳା ପୋଷାକ ପିନ୍ଧିଥିବାବେଳେ ନିକଙ୍କୁ ହ୍ବାଇଟ ଆଉଟଫିଟ ଓ ସ୍ନିକର୍ସରେ ଦେଖିବାକୁ ମିଳିଥିଲା। ପ୍ରିୟଙ୍କା ସେୟାର କରିଥିବା ଏକ ଫଟୋରେ ଏହି ଦମ୍ପତି ୟାଂକି ଷ୍ଟାଡିୟମରେ ଏକାଠି ବୁଲୁଥିବାର ନଜର ଆସିଛନ୍ତି। ପିସି ଏକ ଫଟୋରେ ସୋଲୋ ପୋଜ ମଧ୍ୟ ଦେଇଛନ୍ତି। ପ୍ରିୟଙ୍କା ଜୋନାସ ବ୍ରଦର୍ସ – ନିକ, କେଭିନ ଜୋନାସ ଏବଂ ଜୋ ଜୋନାସଙ୍କ ସୋ ପରେ ମଞ୍ଚରେ ଏକ ଫଟୋ ମଧ୍ୟ ସେୟାର କରିଥିଲେ। ଶେଷ ଫଟୋରେ, ଏକ ମନୋକ୍ରୋମ, ପ୍ରିୟଙ୍କା ଏକ ହ୍ବାଇଟ ଡ୍ରେସ ଏବଂ ଟୋପିରେ ନଜର ଆସିଥିବା ବେଳେ କୋଳରେ ଝିଅ ମାଳତିଙ୍କୁ ଧରିଥିବା ଦେଖାଯାଇଥିଲା। ତାଙ୍କା ସାମ୍ନାରେ ନିକ ଏକ ପ୍ରିଣ୍ଟେଡ ସାର୍ଟ ଏବଂ ପ୍ୟାଣ୍ଟରେ ଠିଆ ହୋଇଥିଲେ।

Share