ଆମେରିକା ଫେରି ଝିଅ ସହ ଫଟୋ ଶେୟାର କଲେ ପିସି

ନିକଟରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମୁମ୍ବାଇ ଆସିଥିଲେ। କିନ୍ତୁ ସାଥିରେ ଆସି ନ ଥିଲେ ନିକ୍‌ ଜୋନାସ ଏବଂ ଝିଅ ମାଳତୀ ମେରି। ମୁମ୍ବାଇରେ କାମ ସାରି ଲସ ଆଞ୍ଜେଲସରେ ପହଞ୍ଚିବା ପରେ ସେ ତାଙ୍କ ଝିଅ ସହିତ ଏକ ଭାବପ୍ରବଣ ପୋଷ୍ଟ କରିଥିଲେ। ଫଟୋରେ ପ୍ରିୟଙ୍କା ଏବଂ ନିକ ଶୋଇଛନ୍ତି। ପିସି ମାଳତୀଙ୍କୁ ଧରି ଗେହ୍ଲା କରୁଛନ୍ତି। ଏହି ଫଟୋକୁ ତାଙ୍କ ପ୍ରଶଂସକ ବେଶ୍‌ ପ୍ରଶଂସା କରିଛନ୍ତି। ପ୍ରିୟଙ୍କା ଚୋପ୍ରା ୩ ବର୍ଷ ପରେ ନଭେମ୍ବର ୨ରେ ଭାରତ ଆସିଥିଲେ। ଏଠାକୁ ସେ ତାଙ୍କ ହେୟାର କେୟାର ବ୍ରାଣ୍ଡ ପ୍ରମୋଶନ ପାଇଁ ଆସିଥିଲେ।
ଗତ ଜାନୁଆରୀ ୧୫ରେ ପ୍ରିୟଙ୍କା ଚୋପ୍ରା ସରୋଗେସି ମାଧ୍ୟମରେ ଝିଅ ଜନ୍ମ ଦେଇଥିଲେ। ଯଦିଓ ଯେ ଏପର୍ଯ୍ୟନ୍ତ ଝିଅର ସମ୍ପୂଣ୍ର ଚେହେରା ପ୍ରଶଂସକଙ୍କୁ ଦେଖାଇ ନାହାନ୍ତି। କିନ୍ତୁ ଝିଅ ସହ ପ୍ରାୟତଃ ଫଟୋ ଶେୟାର କରନ୍ତି।

Share