Categories: ଜାତୀୟ

ସେଲିବ୍ରିଟିଙ୍କ ମଧ୍ୟରେ ପ୍ରଥମେ ମତଦାନ କଲେ ରେଖା

ମୁମ୍ବାଇ,୨୯।୪: ସୋମବାର ସକାଳୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ କାର୍ଯ୍ୟକ୍ରମରେ ସମସ୍ତଙ୍କ ନଜର ଥାଏ ମାୟାନଗରୀର ଅଭିନେତା ଅଭିନେତ୍ରୀଙ୍କ ଉପରେ। କାରଣ ମୁମ୍ବାଇବାସୀ ସାଧାରଣତଃ ଭୋଟ୍‌ ଦେବାରେ ଆଗ୍ରହ ପ୍ରକାଶ କରି ନ ଥାଆନ୍ତି। ଏଥର କିନ୍ତୁ ସକାଳୁ ସକାଳୁ ପ୍ରଥମେ ରେଖା ଆସି ଭୋଟ ଦେଇଥିବା ଦେଖିବାକୁ ମିଳିଥିଲା। ଏମିତିକି ଆମେରିକାରେ ଥିବା ପ୍ରିୟଙ୍କା ଚୋପ୍ରା ମଧ୍ୟ କେବଳ ମତଦାନ ପାଇଁ ମୁମ୍ବାଇ ଆସିଥିବା କୁହାଯାଉଛି। ସେମିତି ଏଥର ଅଭିନେତ୍ରୀରୁ ନେତ୍ରୀ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର ମଧ୍ୟ ତାଙ୍କର ମତଦାନ କରିଛନ୍ତି। ଭୋଟ ଗ୍ରହଣ କେନ୍ଦ୍ରରେ ସମୟ କ୍ରମେ ଅନ୍ୟ ସେଲିବ୍ରିଟିଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି। ପୂର୍ବାପେକ୍ଷା ଚଳିତ ବର୍ଷ ନିର୍ବାଚନରେ ମୁମ୍ବାଇର ମତଦାନ ହାର ଅଧିକ ହେବ ବୋଲି ଅନୁମାନ କରାଯାଉଛି।

Share